Hot Posts

6/recent/ticker-posts

ଦୁଇ ବାଇକ୍ ମୁହାଁ ମୁହିଁ ଜଣେ ମୃତ୍ୟୁ ଦୁଇ ଆହତ

ଝରିଗାଁ, ୧୫/୦୫ (ନକୁଲ ଭତରା) : ଧାମନାଗୁଡ଼ା ରୁ ଝରିଗାଁ ରାସ୍ତା ସିରଶିଆ ଗୁଡ଼ା ଛୋକ୍ ନିକଟରେ ଆଜି ଏକ ଭୟାନକ ଦୁର୍ଘଟଣା ଘଟିଛି | ବାଇକ୍ ସହ ବାଇକ୍ ମୁହାଁ ମୁହିଁ ହେବା ଫଳରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ଅନ୍ୟ ଦୁଇଜଣ ଗୁରୁତର | ସୂଚନା ଅନୁସାରେ ମୃତ୍ୟୁକ ଜଣକ ହେଲେ ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ସଦର ମହକୁମା ସ୍ଥିତ ଇଶ୍ଵର ଭତରା ବୟସ( ୪୫) ବୋଲି ଜଣାପଡିଛି | ଗୁରୁତର ଦୁଇଜଣ ହେଲେ ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ଅଧୀନ ଦାବରିଗୁଡ଼ା ଗ୍ରାମର ବାଇଚାନ୍ଧ ଗୌଡ଼ ବୟସ (୩୦)ଏବଂ ନବରଙ୍ଗପୁର କଲିପଦର୍ ଗ୍ରାମର ହରି ଗୌଡ଼ ବୟସ(୨୮) ବୋଲି ଜଣାପଡିଛି| ଇଶ୍ଵର ସକାଳେ (OD -10S -6053) ନମ୍ବର ବାଇକ୍ ଯୋଗେ କୌଣସି ଏକ କାମରେ ନିଜ ସମ୍ପର୍କୀୟଙ୍କ ଘର ନୀରୁଣ୍ଡି ଗ୍ରାମକୁ ଯାଇ ଫେରିବା ସମୟରେ ସିରାଶିଆ ଗୁଡ଼ା ଛୋକ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ (OD -24L-0028) ନମ୍ବର ବାଇକ୍ ସହ ଧକ୍କା ହେବାରୁ ତିନିଜଣ ଛିଟିକି ହୋଇ ପଡିବାରୁ ଇଶ୍ଵର ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ| ବାଇଚନ୍ଧ୍ ଏବଂ ହରି ଆହତ ହୋଇଥିବା ରୁ ସେମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା ପରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି | ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି| ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ଅସ୍ତାନ୍ତର କରାଯିବ ବୋଲି ଜଣାପଡିଛି