Hot Posts

6/recent/ticker-posts

ଝରିଗାଁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଅଦା ବଣ୍ଟନ |

ଝରିଗାଁ, ୧୫/୦୫ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଦିନ ଅଞ୍ଚଳର ଚାଷୀ ମାନଙ୍କୁ ଅଦା ବଣ୍ଟନ କରାଯାଇଛି |ଉଦ୍ୟାନ ବିଭାଗ ଦ୍ୱାରା ଝରିଗାଁ ବ୍ଲକ ମୋଟ 56ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ 20ଜଣ ଚାଷୀଙ୍କୁ 80କେଜି ଲେଖାଏ ଅଦା ପ୍ରଦାନ କରାଯାଇଥିବା ସୂଚନା ମିଳିଛି |ବଳକା ଚାଷୀଙ୍କୁ ଆସନ୍ତା କାଲି ଅର୍ଥାତ ଶନିବାର ଦିନ ବଣ୍ଟା ଯିବା ନେଇ ଏଚଇଡବ୍ଲୁ ଜଗଦିଶ ପ୍ରସାଦ ତାରାସିଆ ସୂଚନା ଦେଇଛନ୍ତି |ବଣ୍ଟନ ସମୟରେ ଝରିଗାଁ ବିଧାୟକ ପ୍ରତିନିଧି ଗଣପତି ସାହୁ, ଉଦ୍ୟାନ କାର୍ଯ୍ୟାଳୟର ଏଚଓ ଦିବ୍ୟଜ୍ୟୋତି ସ୍ୱାଇଁ, ବରିଷ୍ଠ ବିଜେପି କର୍ମୀ ପ୍ରଫୁଲ୍ଲ ପ୍ରଧାନୀ, ଝରିଗାଁ ନିର୍ବାଚନ ମଣ୍ଡଳୀର ସାଂସଦ କୋରଡ଼ିନେଟର ପୁରୁଷୋତ୍ତମ ଗଣ୍ଡ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କୁ ଭଲଭାବେ ଚାଷୀ କରି ସ୍ୱାବଲମ୍ବୀ ହେବାର ପରାମର୍ଶ ଦେଇଥିଲେ |