Hot Posts

6/recent/ticker-posts

ଆୟବହିର୍ଭୁତ ସମ୍ପତ୍ତି ଅଭିଯୋଗରେ AEଙ୍କ ଘରେ ଭିଜିଲାନ୍ସ ଚଢାଉ, ୬ଟି ସ୍ଥାନରେ ଏକକାଳୀନ ରେଡ୍ ।

ଭବାନୀପାଟଣା, ୧୯/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୂର୍ତ୍ତବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବିରୋଧରେ ଆସିଥିବା ଆୟବହିର୍ଭୁତ ସମ୍ପତ୍ତି ଅଭିଯୋଗକୁ ନେଇ ଆଜି ଭିଜିଲାନ୍ସର ବଡ଼ ଧରଣର ଚଢାଉ ହୋଇଛି। ଭିଜିଲାନ୍ସର ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସହ ଏକ ବଡ଼ ଟିମ୍ ଏକା ସମୟରେ ୬ଟି ସ୍ଥାନରେ ରେଡ୍ କରି ତଦନ୍ତ ଚଳାଇଛନ୍ତି। ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଅନୁମତିକ୍ରମେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଶବରଙ୍କ ଭବାନୀପାଟଣା ଗୋସାଇଁମୁଣ୍ଡା ଅଞ୍ଚଳରେ ଥିବା ଦୁଇ ମହଲା ବିଲ୍ଡିଂ, କୋକସରା ବ୍ଲକ୍ କୁସୁମଖୁଣ୍ଟି ଗ୍ରାମର ପୈତୃକ ଘର, କିଟପଦର ନିକଟରେ ଥିବା ଫାର୍ମ ହାଉସ୍, ଦୁଆରସୁନି ଅଞ୍ଚଳରେ ନିର୍ମାଣାଧୀନ ଘର, ଭବାନୀପାଟଣା କାର୍ଯ୍ୟାଳୟ ଓ ପିଡବ୍ଲ୍ୟୁଡି କଲୋନୀରେ ଥିବା ସରକାରୀ ବାସଭବନରେ ଏହି ଚଢାଉ ଜାରି ରହିଛି। ତଦନ୍ତ ସମୟରେ ବିଭିନ୍ନ ବ୍ୟାଙ୍କ ଡକ୍ୟୁମେଣ୍ଟ, ଜମିଜାଗା ସମ୍ବନ୍ଧୀୟ କାଗଜପତ୍ର, ସୁନା-ରୂପା ସାମଗ୍ରୀ ସହ ହେକ୍ଟର ହେକ୍ଟର ଜମି ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସର ତଦନ୍ତ ଜାରି ରହିଥିବା ବେଳେ, ଚଢାଉ ପରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି।