Hot Posts

6/recent/ticker-posts

ନେତାଜୀ ସେତୁରୁ ନଦୀକୁ ପଡ଼ିଲେ ମଦ୍ୟପ ଯୁବକ, ଘଣ୍ଟାଧରି ଚାଲିଲା ରେସ୍କ୍ୟୁ ଅପରେସନ୍

କଟକ, ୧୪/୦୫ ( କାଁହୁ ଚରଣ ବାରିକ ) : କଟକର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଉପରେ ନିଶାର ଘୋର ପ୍ରଭାବରେ ଥିବା ଜଣେ ଯୁବକ ହଠାତ୍ ବ୍ରିଜ୍ ଉପରୁ ତଳକୁ ପଡ଼ିଯାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ସୃଷ୍ଟି ହୋଇଥିଲା। ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ। ଅନେକ ପ୍ରୟାସ ପରେ ଯୁବକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କଟକ scb ମେଡିକାଲକୁ ପଠାଯାଇଥିଆଲ। ବାରଙ୍ଗ ଅଗ୍ନିଶମ କର୍ମଚାରୀ ନଦୀ ପାଣିରୁ ମଦ୍ୟପ ଯୁବକ କୁ ଉଦ୍ଧାର କରିବା ପରେ ଯୁବକ ର ଉନ୍ମତ କାଣ୍ଡ କିଭଳି ସମସ୍ତଙ୍କୁ ଚାଖମା ଦେଖେଇ ନଦୀ ବାଲି ସାରା ଦୌଡିଲା , ପଛେ ପଛେ ଅଗ୍ନିଶମ କର୍ମଚାରୀ,ପୋଲିସ ସ୍ଥାନୀୟ ପିଲା ମାନେ ଗୋଡେଇ ଗୋଡେଇ କାବୁ କଲେ କିନ୍ତୁ ସ୍ଥାନୀୟ ଯୁବକ ଜଣକ ଆଙ୍ଗୁଠିକୁ କାମୁଡି ରକ୍ତାକ୍ତ କରିବା ସହ କାହାକୁ ଗୋଇଠା ମାରିବା ଷ୍ଟ୍ରେଚର ଚିରିବା ଭଳି ଅଭାବନୀୟ କାଣ୍ଡ ଭିଅଇଥିଲା ମଦ୍ୟପ ଯୁବକ. ଏକ ଘଣ୍ଟାରୁ ଅଧିକ ସମୟ ଧରି କଟକ ଏବଂ ତ୍ରିଶୁଲିଆକୁ ସଂଯୋଗ କରୁଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ଉପରେ ଯାନବାହନ ଯାତାୟତ ବାଧପ୍ରାପ୍ତ ହୋଇ ରହିଲା । ପୁରା ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହେଲା   

କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ 
ନବଦୂତ News#