ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ ସଭା
ଲଇକେରା, ୦୧/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ଆନୁକୂଲ୍ୟରେ ଗୁରୁବାର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଗ ପକ୍ଷରୁ ଟିପିଡବ୍ଲ୍ୟୁଡିଏଲ ର ଶ୍ରମିକ ମାରଣନୀତି କୁ ବିରୋଧ କରାଯାଇଥିବା ବେଳେ ଖର୍ଚ୍ଚକାଟ ନାଁ ରେ ମନଇଚ୍ଛା ଶ୍ରମିକ ଛଟେଇ ବନ୍ଦ କରିବା,ଆଉଟସୋର୍ସିଂ ଓ ଠିକା କର୍ମଚାରୀମାନଙ୍କୁ ନିୟମିତ କରିବାକୁ ଲଇକେରା ସେକ୍ସନର କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ପଟେଲ ଙ୍କୁ ଏକ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ଡିଭିଜନ ସମ୍ପାଦକ ରୁପକ ଦଲାଇ,ସେକ୍ସନ ସମ୍ପାଦକ ରଞ୍ଜିତ ବେହେରା, ରାଜେଶ ଚୈାଧୁରୀ,ସେକ୍ସନ ସୁପରଭାଇଜର ଆୟୁଷ୍ମାନ ସ୍ୱାଇଁ ସହିତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ଯଦି ଶ୍ରମିକ ଛଟେଇ ସମାଧାନ ନ ହୁଏ ଏହି ଆନ୍ଦୋଳନ ଆଗାମୀ ଦିନରେ ସବଡିଭିଜନ,ଡିଭିଜନ,,ସର୍କଲ ଅଫିସ ସମ୍ମୂଖରେ ଜାରି ରହିବ ବୋଲି ଡିଭିଜନ ସମ୍ପାଦକ ରୁପକ ଦଲାଇ ସୂଚନା ଦେଇଛନ୍ତି ।