Hot Posts

6/recent/ticker-posts

ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ରାହୁଲ ଙ୍କୁ ସାକ୍ଷାତ କଲେ ଝାରସୁଗୁଡା ବିଧାୟକ

ଲଇକେରା:ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମପଞ୍ଚାୟତର ରାହୁଲ ରାଜହଂସ ଚଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୪୮ତମ ସ୍ଥାନ ଅଧିକାର କରିଥିବାରୁ ବୁଧବାର ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ରାଜହଂସଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି ।ଏହା ସହିତ ବିଧାୟକ ତ୍ରିପାଠୀ ରାହୁଲଙ୍କ ପିତା ସୁଶାନ୍ତ ରାଜହଂସ ଓ ମାତା ଜାହ୍ନବୀ ରାଜହଂସଙ୍କୁ ମଧ୍ୟ ଏହି ଗୈାରବମୟ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପରିବାରର ଉଦ୍ଯମ ଓ ପ୍ରେରଣାଙ୍କୁ ପ୍ରଶଂସା କରିଥିଲେ ।ରାହୁଲଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସାହାସପୁର,ଲଇକେରା ବ୍ଲକ୍ ତଥା ସମଗ୍ର ଜିଲ୍ଲା ପାଇଁ ଗର୍ବର ବିଷୟ ଏବଂ ରାହୁଲଙ୍କର ନିଷ୍ଠା,ପରିଶ୍ରମ ଓ ଦୃଢ ସଂକଳ୍ପ ଆଗାମୀ ପିଢି ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ହୋଇ ରହିବ ଵୋଲି ବିଧାୟକ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି ‌।