କଟକରେ କ୍ୟାନ୍ସର ପୀଡ଼ିତା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ
କଟକ, ୦୨/୦୫ ( କାହ୍ନୁ ଚରଣ ବାରିକ ) : କଟକ ର ଏକ ପ୍ରତିଷ୍ଠିତ ମସଲା କମ୍ପାନୀ ରେ କାର୍ଯ୍ୟ କରୁଥିବା ଜଣେ କ୍ୟାନ୍ସର ପୀଡ଼ିତା ମହିଳା କର୍ମଚାରୀ ଙ୍କୁ ଉକ୍ତ କମ୍ପାନୀ ର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ମାନସିକ ନିର୍ଯାତନା ଦେବା ସହ ଚାକିରିରୁ ଉଦ୍ଦେଶ୍ୟ ମୂଳକ ଭାବେ ବିଦା କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୀଡ଼ିତା ଓ ତାଙ୍କ ବାପା ମଧୁପାଟଣା ଥାନା ର ଦ୍ୱାରସ୍ଥ ହେବା ସହ ଉକ୍ତ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।