Hot Posts

6/recent/ticker-posts

ନିଆରା ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦେଲେ କେଶପଲା ଗ୍ରାମବାସୀ।

କଳାହାଣ୍ଡି, ୦୨/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଏକ ନିଆରା ଓ ସମସ୍ତଙ୍କ ଲୁହଭରା ପରିବେଶ ରେ ଅବସର ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କେଶପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରି ଅର୍ଜୁନ ସିଂହଙ୍କୁ। ସମ୍ଭର୍ଦ୍ଧନା ପରିବେଶରେ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ସିଂହ ଦେଓ ଓ ତାଙ୍କ ମାଁ ଶାନ୍ତି କୁମାରୀ ସିଂହ ଙ୍କୁ ପୁଷ୍ପ ମାଲ୍ୟରେ ସମ୍ମାନିତ କରି ଗ୍ରାମବାସୀ, ଅବିଭାବକ ମାନେ ତାଙ୍କ ବକ୍ତବ୍ୟ ରେ ରଖିଥିଲେ ଯେ ଆମେ ଆମ ଗାଁ ପାଇଁ ଏମିତି ଶିକ୍ଷକ ଆଉ ପାଇବୁନି ଯାହାକି ଶ୍ରୀ ସିଂହ ସାର୍ ଆମ ଗାଁ, ଆମ ସ୍କୁଲ, ଓ ଆମ ଛାତ୍ର ଛାତ୍ରୀଙ୍କ ପାଇଁ ଉନ୍ନତି ପଥର ଦିଗଦର୍ଶନ ଦାତା ଥିଲେ। ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଲୁହଭରା କଣ୍ଠରେ କହିଲେ ଆମେ ଆମ ଆଜ୍ଞା କୁ ଛାଡ଼ିବୁ ନାହିଁ। କେଶପଲା ବିଦ୍ୟାଳୟ କୁ ଶ୍ରୀ ସିଂହ ସାର୍ ଆସିବା ପୂର୍ବରୁ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଅତି ଦୁର୍ବଳ ଥିଲା ଓ ସ୍କୁଲ ର ପରିବେଶ ମଧ୍ୟ କିଛି ନ ଥିଲା ସେ ଆସିବା ଦିନରୁ ସ୍କୁଲ ପରିବେଶ ସୁନ୍ଦର ହେବା ସହିତ ତାଙ୍କ ଛାତ୍ର ଛାତ୍ରୀ ସ୍କୁଲ ରୁ ଆରମ୍ଭ କରି ବ୍ଲକ ଠୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରି ପ୍ରଶଂସିତ ହୋଇ ପାରିଛନ୍ତି ବୋଲି ସମିତି ସଭ୍ୟା ଅବନ୍ତି ଦଳେଇ ମତାମତ ରଖିଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ ସ୍କୁଲ ପରିଚାଳନା କମିଟି ର ଚେୟାରମେନ ପ୍ରଭାକର ପାତ୍ର , ନାଏବ ସରପଞ୍ଚ ସାବିତ୍ରୀ ପୁଝାରୀ , ସମିତି ସଭ୍ୟା ତଥା ଏସ ଏମ ସି ସଭ୍ୟା ଅବନ୍ତୀ ଦଳେଇ , ଗ୍ରାମର ବୁଦ୍ଧିଜୀବୀ ମାଣିକ୍ୟ ପାତ୍ର ଓ ସମସ୍ତ ଗ୍ରାମବାସୀ ସହ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଶ୍ରୀ ସିଂହ ଙ୍କୁ ସମ୍ଭର୍ଦ୍ଧନା କରି ସମ୍ମାନିତ କରିଥିଲେ , ସେହି କେଶପଲା ଗ୍ରାମବାସୀ ଙ୍କ ସହ ଏତେ ଆତ୍ମୀୟତା, ଶିକ୍ଷା କ୍ଷେତ୍ରରେ ସ୍କୁଲ ବା ଶିକ୍ଷାର୍ଥୀ ଙ୍କ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିଥିବା ଶିକ୍ଷକ ଙ୍କୁ କେବଳ ସ୍କୁଲ ପରିସରରେ କାହିଁକି ସ୍କୁଲ ରୁ ତାଙ୍କ ନିଜ ଗ୍ରାମରୁ ସମସ୍ତ ଗ୍ରାମବାସୀ ଛାତ୍ର ଛାତ୍ରୀ ମାନେ ସଙ୍କୀର୍ତ୍ତନ ଦଳ ସହିତ ହୁଳହୁଳି, ବନ୍ଦାପନା କରି ଲୁହଭରା ସମାଗମରେ ପାଛୋଟି ନେଇ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନୀପୂର୍ ତାଙ୍କ ବାସଭବନ ପର୍ଯ୍ୟନ୍ତ ଆଣି ଦେଇ ମନଦୁଃଖ କରି ଫେରିଥିଲେ। ଶିକ୍ଷକ ହରି ଅର୍ଜୁନ ସିଂହ ତାଙ୍କର ଶିକ୍ଷକତା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରସଡୁମେର ସ୍କୁଲ ରୁ ଆରମ୍ଭ କରି ଥୁଆମୂଲ ରାମପୁର ବ୍ଲକ ର ଅତି ଦୁର୍ଗମ ଅଞ୍ଚଳ ଦଳଗୁଡ଼ା, ପୁରୁଣାଗୁମା, ରୁ ନର୍ଲା ବ୍ଲକ , ଗୋହିରାପଦର, ଓ ଶେଷରେ କେଶପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ ନିୟୋଜିତ ହୋଇ ତା ଏପ୍ରିଲ ୩୦ ତାରିଖ ୨୦୨୬ ରେ ଅବସର ଗ୍ରହଣ କରିଥିଲେ ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ