ବାଲୁକା କଳାରେ ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡା
କର୍ଲାମୁଣ୍ଡା, ୦୨/୦୫ (ସୁଶାନ୍ତ ରଣା) : କଳାହାଣ୍ଡି ର ଦାନ ମାଝି ଘଟଣାଟିର ଦଶ ବର୍ଷ ପରେ ଏଭଳି ଘଟଣା କେଉଁଝର ଜିଲ୍ଲାରେ ପୁନରାବୃତ୍ତି ହୋଇଛି । କେଉଁଝର ଜିଲ୍ଲାର ଜିତୁ ମୁଣ୍ଡାକୁ ନିଜର ହକ୍ ପାଇଁ ନିଜ ଭଉଣୀର ମୃତ୍ୟୁ ପରେ ଓଡିଶା ଗ୍ରାମୀଣ ବ୍ୟାଙ୍କରୁ ଭଉଣୀଙ୍କୁ ଜମା ଖାତା ରେ ଥିବା ୧୯୩୦୦ ଟଙ୍କା ପାଇବା ପାଇଁ ଅସମର୍ଥ ଥିଲେ । ମୃତ୍ୟୁ ପ୍ରମାଣ ପତ୍ରର ପ୍ରମାଣ ସ୍ୱରୂପ ପୋତା ଯାଇଥିବା ଶବ ର କଙ୍କାଳ କୁ ତିନି କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ବ୍ୟାଙ୍କ କର୍ତୃପକ୍ଷ ଙ୍କ ଆଖିଖୋଲି ଦେଇଥିଲେ ଓ ଓଡିଶାର ଦାରିଦ୍ର୍ୟତାର ଚିତ୍ରକୁ ସାରା ବିଶ୍ୱରେ ତୋଳି ଧରିଥିଲେ । ଫଳରେ ବର୍ତ୍ତମାନ ଅନେକ ମହଲରୁ ଜିତୁ ମୁଣ୍ଡଙ୍କୁ ସହାୟତା ର ସୁଅ ଛୁଟୁଛି । ଏଭଳି ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ ପାଇଁ ସମସ୍ତ ସରକାରୀ ଅଫିସ ଦପ୍ତରର ନିୟମ ଗୁଡିକୁ କୋହଳ କରି ସାଧାରଣ ଲୋକଙ୍କୁ ନ୍ୟାୟ ଯୋଗାଇ ଦେବା ତଥା ଦରିଦ୍ରତା ଦୂରୀକରଣ କରିବା ଓ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ସକାଶେ କଳାହାଣ୍ଡି ଜିଲ୍ଲାର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳା ମାଧ୍ୟମରେ ଜିତୁ ମୁଣ୍ଡାଙ୍କ ପ୍ରତିକୃତି ନିର୍ମାଣ କରି ସରକାରଙ୍କୁ ଅବଗତ କରାଇଛନ୍ତି ।