Hot Posts

6/recent/ticker-posts

ଭିଜିଲାନ୍ସ ଜାଲରେ ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀ

ରାୟଗଡ଼ା, ୨୨/୦୫ ( ଭି. ଗୌରି ଶଙ୍କର ରାଓ ) : ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀ । ଲ୍ୟାମ୍ପସ୍ ର ଆର୍ଥିକ ଅନିୟମିତତା ଅଭିଯୋଗରେ ରାୟଗଡା ଭିଜିଲାନ୍ସର ଏକ ଟିମ୍ ଜିଲୁଣ୍ଡି ବାସଭବନରେ ଚଢାଉ କରିଛି । ଏହି ଚଢାଉରେ ଭିଜିଲାନ୍ସ ବିଭାଗ ଘରେ ଥିବା ବ୍ୟାଙ୍କ ପାସବୁକ୍,ଇନସ୍ୟୁରେନସ୍ ଓ ଅନ୍ୟ ଆସବାବପତ୍ର ଜବତ କରି ଯାଞ୍ଚ୍ ଆରମ୍ଭ କରିଛି । ଆଜି ସକାଳୁ ସକାଳୁ ଭିଜିଲାନ୍ସର ଟିମ୍ ଏହି ଚଢାଉ କରିଥିଲା । ଲ୍ୟାମ୍ପସ୍ ର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ପାଖାପାଖି ୭୦ଲକ୍ଷ ଟଙ୍କାରୁ ଉର୍ଦ୍ଦ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଲ୍ୟାମ୍ପସ୍ ରେ ଅନିୟମିତତା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷି ମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବିଭାଗ ପକ୍ଷରୁ ଏଆରସିଏସ୍ ଜନ୍ମୋଜୟ ମହାପାତ୍ର ତଦନ୍ତ କରିଥିଲା । ତେବେ ଟଙ୍କା ଲେଣଦେଣ ଓ ପରିଚାଳନା କ୍ଷେତ୍ରରେ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା । ସେହିପରି କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ବ୍ୟାଙ୍କ ଏକାଉଣ୍ଟରୁ ତାଳମେଳ ହୋଇନଥିଲା । ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭିଜିଲାନ୍ସ ଟିମ୍ ସମସ୍ତ ଲ୍ୟାମ୍ପସ୍ କାଗଜପତ୍ର ଜବତ କରିଥିଲା । ଆଜି ଭିଜିଲାନ୍ସ ର ଟିମ୍ ତନତନ କରି ଯାଞ୍ଚ୍ କରୁଛି ।