ସାମୁହିକ ଛୁଟି ର ଅପବ୍ୟବହାର, ସରକାରି କାର୍ଯ୍ୟ ରେ ବାଧାପ୍ରାପ୍ତ ନେଇ ଅଭିଯୋଗ କଲା ସଂଘ
କୋରାପୁଟ, ୨୨/୦୫ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘର ରାଜ୍ୟ ନେତୃବୃନ୍ଦ ଙ୍କ ଅରାଜକତା, ଏକଛତ୍ରବାଦ ଓ ମନମୁଖୀ କାର୍ଯ୍ୟ ସମ୍ପର୍କରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଦ୍ବାରା ବାରମ୍ବାର ବୈଠକ ହେବା ସହିତ ଏହା ବିଭିନ୍ନ ଗଣ ମାଧ୍ୟମ ରେ ପ୍ରଚାର ପ୍ରସାର ହୋଇଥିଲା, ତ୍ରୟବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ପାଇଁ ଦିର୍ଘ ୨ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସଂଘ କୋରାପୁଟ ଜିଲ୍ଲା ରେ ତ୍ରୟବାର୍ଷିକି ସମ୍ମିଳନି କରିବା ନେଇ ପ୍ରତିଶ୍ରୁତି ଦେଇ ଆସୁଥିଲେ ପରି ଶେଷରେ ରାଜ୍ୟ ସଂଘ ର କିଛି ନେତୃବୃନ୍ଦ ଲୁକ୍କାୟତ ବୈଠକ କରି ତ୍ରୟବାର୍ଷିକି ସମ୍ମିଳନି ପୁରି ଠାରେ କରିବା ନିମନ୍ତେ ସ୍ଥିର କରି କର୍ମକର୍ତ୍ତା ଚୟନ କରିଦେଇଥିବା ଖବର ପାଇବା ପରେ ବିଭିନ୍ନ ଜିଲ୍ଲା ରେ ଏହାକୁ ତିବ୍ର ବିରୋଧ କରାଯାଇଥିଲା, ଏଥିରେ କୋରାପୁଟ ଜିଲ୍ଲା ମଧ୍ୟ ତିବ୍ର ବିରୋଧ କରିବା ସହିତ ଶ୍ରୀ ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଜୟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ କୋରାପୁଟ ଜିଲ୍ଲା ରେ ୨୩.୦୫.୨୦୨୬ ଓ ୨୪.୦୫.୨୦୨୬ ( ଛୁଟି ଦିନରେ) ତ୍ରୟବାର୍ଷିକି ସମ୍ମିଳନି କରିବା ନେଇ ଗୃହ ବିଭାଗ ସଚିବ ଙ୍କୁ ପତ୍ର ଲେଖିଥିଲେ ଓ ଅନୁମତି ମାଗିଥିଲେ, ଅପର ପକ୍ଷରେ ରାଜ୍ୟ ସଂଘ ର କିଛି କୁ ଚକ୍ରାନ୍ତ କାରି ନେତୃବୃନ୍ଦ ଚକ୍ରାନ୍ତ କାରି ତା ୨୬ ଓ ୨୭ ମେ ୨୦୨୬ ରେ ପୁରୀଠାରେ ତ୍ରୟବାର୍ଷିକି ସମ୍ମିଳନି କରିବା ନେଇ ଗୃହ ବିଭାଗ ରୁ ଅନୁମତି ନେଇଛନ୍ତି, ଏହାକୁ ବିଭିନ୍ନ ଜିଲ୍ଲା ପକ୍ଷରୁ ବିରୋଧ କରାଯିବା ସହିତ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଥିବା ଶ୍ରୀ ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଗଣ ମାଧ୍ୟମ କୁ ସୁଚନା ଦେଇଥିଲେ, ଏଥିରେ ରାଜସ୍ବ ଅମଲା ମାନେ ଓ ଜଣେ ଅବସରପ୍ରାପ୍ତ ରାଜସ୍ବ ଅମଲା ଏ ସବୁ ସମସ୍ୟା କରୁଥିବା କହିଛନ୍ତି, ଓଡ଼ିଶା ସରକାର ତା ୦୬.୦୧.୨୦୨୬ ରିଖ ରେ ରାଜସ୍ବ ବିଭାଗକୁ ସ୍ବତନ୍ତ୍ର କ୍ୟାଡ଼ର ର ମାନ୍ୟତା ଦେଇଥିଲେ ତେଣୁ ରାଜସ୍ବ ଅମଲା ମାନେ ଯେଉଁ ମାନେ ଓଡ଼ିଶା ଅମଲା ସଂଘ ର ବିଭିନ୍ନ ପଦ ପଦବୀ ରେ ଅଛନ୍ତି ସେହିଦିନ ଠାରୁ ତାଙ୍କୁ ଓଡ଼ିଶା ସଂଘ ରୁ ବାହାର କରିଦେବା କଥା କିନ୍ତୁ ବର୍ତମାନ ସୁଦ୍ଧା ସେମାନେ କେମିତି ଓଡ଼ିଶା ସଂଘ ରେ ଅଛନ୍ତି ବୋଲି ଶ୍ରୀ ଦାଶ୍ ପ୍ରଶ୍ନ କରିଛନ୍ତି, ସେମାନେ ୨ ଟି ସଂଘ ରୁ ଫାଇଦା ନେଉଥିବା କଥା ସେ କହିଛନ୍ତି ପୁଣି ଅଗଷ୍ଟ ୨୦୨୫ ରେ ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ ରେ ଏମାନେ ଓଡ଼ିଶା ଅମଲା ସଂଘ ର ବିଭିନ୍ନ ପଦ ପଦବୀ ରେ ରହି ମଧ୍ୟ ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ କୁ ସମର୍ଥନ କରୁଥିବା କଥା ଦୋହରାଇଛନ୍ତି, ଜଣେ ମାତ୍ର ବ୍ୟକ୍ତି ଯିଏକି ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ କୁ ବିରୋଧ ପ୍ରଦର୍ଶନ କରିବା ସହିତ ରାଜ୍ୟ ର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରିଥିବା ଶ୍ରୀ ଦାଶ୍ କହିଛନ୍ତି, ଓଡ଼ିଶା ଅମଲା ସଂଘ ରାଜସ୍ବ ଅମଲା ସଂଘ ର ବିରୋଧି ହୋଇଥିବା ସ୍ଥଳେ ରାଜସ୍ବ ଅମଲା କିପରି ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି ରେ ଯୋଗଦାନ କରିବେ ବୋଲି ପ୍ରଶ୍ନ କରିବା ସହିତ ରାଜସ୍ବ ଅମଲା ମାନଙ୍କୁ ସ୍ବତନ୍ତ୍ର ଛୁଟି ପ୍ରଦାନ ନ ଦେବା ନିମନ୍ତେ ସଂଘ ର ସାଧାରଣ ସମ୍ପାଦକ ଗୃହ ବିଭାଗ ସଚିବ ଓ ରାଜସ୍ବ ବିଭାଗ ସଚିବ ଙ୍କୁ ପତ୍ର ଲେଖିଛନ୍ତି, ଯେହେତୁ ରାଜସ୍ବ ଅମଲା ସଂଘ ୨୦୦୮ ମସିହାରୁ ତାର ସ୍ବତନ୍ତ୍ର ସଂଘ ହୋଇ ସାରିଛି ଓ ଗୃହ ବିଭାଗ ଏହାକୁ ସ୍ଵିକୃତି ଦେଇଛନ୍ତି ସେମାନେ ଓଡ଼ିଶା ଅମଲା ସଂଘ ରେ ରହି ପାରିବେନି ବୋଲି ସେ କହିଛନ୍ତି, ଓଡ଼ିଶା ଅମଲା ସଂଘ ର ଅରାଜକତା କୁ ନେଇ ଶ୍ରୀ ଦାଶ୍ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ସୁଚନା ଦେଇଥିଲେ