Hot Posts

6/recent/ticker-posts

କଳାହାଣ୍ଡି ପାଇଁ ଖୁସି ଖବର ଏବେ ଉତ୍କେଲା ରୁ ଭୁବନେଶ୍ୱର କୁ ସବୁଦିନ ଉଡ଼ିବ ବିମାନ

କେସିଙ୍ଗା, ୨୨/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନବନ୍ଦର ରୁ ଭୁବନେଶ୍ୱର କୁ ଏଣିକି ସପ୍ତାହ ର ସବୁଦିନ ୨ ଟି ବିମାନ ଉଡ଼ିବ। ଏ ସମ୍ପର୍କ ରେ ଇଣ୍ଡିଆଏଆରୱାନ ପକ୍ଷରୁ ସୂଚନା ଦିଆଯାଇଅଛି। ପ୍ରଥମ ବିମାନ ଭୁବନେଶ୍ୱର ଠାରୁ ସକାଳ ୫ ଟା ୫୦ ମିନିଟରେ ଛାଡି ଉତ୍କେଲା ବିମାନବନ୍ଦର କୁ ସକାଳ ୭ ଟା ରେ ପହଞ୍ଚିବ । ସେହି ବିମାନ ଉତ୍କେଲା ରୁ ସକଳ ୭ଟା ୧୫ ମିନିଟ ରେ ଛାଡି ଭୁବନେଶ୍ୱର ରେ ୮ଟା ୧୫ ମିନିଟ ରେ ପହଞ୍ଚିବ । ସେହିଭଳି ଦ୍ୱିତୀୟ ବିମାନ ଭୁବନେଶ୍ୱର ଠାରୁ ସକାଳ ୧୧ ଟା ୨୦ ମିନିଟ ରେ ଛାଡି ଉତ୍କେଲା ବିମାନବନ୍ଦର କୁ ଅପରାହ୍ନ ୧୨ ଟା ୩୦ ମିନିଟ ରେ ପହଞ୍ଚିବ । ସେହି ବିମାନ ଉତ୍କେଲା ରୁ ଅପରାହ୍ନ ୧୨ ଟା ୪୫ ମିନିଟ ରେ ଛାଡି ଭୁବନେଶ୍ୱର କୁ ୧ ଟା ୫୫ ମିନିଟ ରେ ପହଞ୍ଚିବ । ଟିକେଟ ର ମୂଲ୍ୟ ଜି.ଏସ.ଟି ମିଶାଇ ୩୨୮୭ ଟଙ୍କା ରହିଛି । ଏହା ପୂର୍ବରୁ ଉତ୍କେଲା ରୁ ଭୁବନେଶ୍ୱରକୁ ସପ୍ତାହକୁ ୬ ଦିନ ବିମାନ ଉଡାଣ ହେଉଥିଲା । ବର୍ତମାନ ସବୁଦିନ ବିମାନ ଉଡିବା ଫଳରେ ଯାତ୍ରୀ ମାନେ ସପ୍ତାହକୁ ୭ ଦିନ ବିମାନ ସେବା ପାଇ ପାରିବେ । ଏହି ସେବା ଟି ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । 




କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୁତ ନିୟୁଜ ।