Hot Posts

6/recent/ticker-posts

ରାସ୍ତା ପାର୍ଶ୍ବରେ ବାଲି, ମାଟି,ଚିପ୍ସ ଓ ମୋରମ ଗଦା ଯୋଗୁଁ ଜନସାଧାରଣ ଯାତାୟତ ରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ବାଲେଶ୍ୱର , ୦୬/୦୫ ( ପ୍ରଭାକର ମଲ୍ଲିକ ) : ଅମର୍ଦାରୋଡ ନଟାକଟା ପଞ୍ଚାୟତର ବିଭିନ୍ନ ରାସ୍ତା ପାର୍ଶ୍ବରେ ଓ ରାସ୍ତା ଉପରେ ବାଲି, ମାଟି, ମୋରମ ଓ ଚିପ୍ସ ଗଦା ହୋଇଥିବା ଦେଖିବାକୁ ମିଳୁଛି। ଯାଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି।ଯିବା ଆସିବା ସମୟରେ ବିଶେଷ କରି ରାତ୍ରୀ ସମୟରେ ପଥଚାରିମାନେ ଦୃଘଟଣା ସମ୍ମୁଖିନ ହେଉଛନ୍ତି। ଜୈନିକ ଠେକାଦାର ମାନେ ଅଧିକ ଲାଭ ଲୋଭରେ ରାସ୍ତା ପାର୍ଶ୍ବରେ ଷ୍ଟକ ପଏଣ୍ଟ କରି ଗଦା କରି ବିକ୍ରୀ କରୁଛନ୍ତି। ଏମାନଙ୍କୁ ଦେଖି ମୋରମ, ଚିପ୍ସ, ବାଲି ଗଦାକୁ ଦେଖି ଲୋକମାନେ ମଧ୍ୟ ରାସ୍ତା ଉପରେ ଘର ନିର୍ମାଣ ସାମଗ୍ରୀ ଗୁଡିକ ରଖୁଛନ୍ତି। ଗଦା ହୋଇଥିବା ବିକ୍ରି କରୁଥିବା ସମୟରେ ବାଲି, ଚିପ୍ସ, ମୋରମ ରାସ୍ତା ଉପରେ ପଡ଼ୁଥିବା ଯୋଗୁଁ ଦୃଘଟଣା ମାନ ଘଟୁଛି।ପ୍ରଶାସନ ଏହା ଦେଖୁଥିଲେ ବି ଗୁରୁତ୍ବ ଦେଉ ନଥିବାରୁ ଅସନ୍ତୋଷ ଦେଖା ଦେଇଛି। ଜନସାଧାରଣଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି କିଛି ବଡ ଅଘଟଣ ହେବା ପୂର୍ବରୁ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।


ବାଲେଶ୍ୱର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l