କ୍ଷୀର ଦର୍ ବୃଦ୍ଧି ପ୍ରତିବାଦ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର
କଟକ, ୦୬/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ଓମ୍ଫେଡ କ୍ଷୀର ଦର୍ ବୃଦ୍ଧି ପ୍ରତିବାଦ ରେ ଓଡ଼ିଶା ଜନତା କଂଗ୍ରେସ ରାଜ୍ୟ ସଭାପତି ଇଁ ମହମ୍ମଦ ମୋକିମ୍ ଙ୍କ ଆହ୍ୱାନ କ୍ରମେ ଗିରିବାଳା ବେହେରା ଙ୍କ ନେତୃତ୍ୱ ରେ ମଙ୍ଗଳବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଦର୍ ବୃଦ୍ଧି ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ଏ ନେଇ ସଭାନେତ୍ରୀ ଗିରିବାଳା ବେହେରା କହିଛନ୍ତି ଯେ ଓମଫେଡ କତୃପକ୍ଷ କ୍ଷୀର ର ମୂଲ୍ୟ ବୃଦ୍ଧି କରି ସାଧାରଣ ଖାଉଟି ଙ୍କ ଉପରେ ଆର୍ଥିକ ବୋଝ ଲଦି ଦେଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ର ମୂଲ୍ୟ ବୃଦ୍ଧି କରିବା ସିଧା ସଳଖ ମଧ୍ୟବିତ୍ତ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି କୁହାଯାଇଛି। ସରକାର ତୁରନ୍ତ ବର୍ଦ୍ଧିତ ଦର କୁ ପ୍ରତ୍ୟାହାର ନ କରାଗଲେ ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବୀରେନ୍ଦ୍ର ଦାସ, ଶୈଳବାଳା ଜେନା, ସେକ ଲିଆକତ ଉଦ୍ଦିନ ଅହମଦ, ଚାରୁଲତା ସାହୁ,ଅନିତା ନାୟକ, ଅଜିତ୍ ବେହେରା, ଶରତ ଚନ୍ଦ୍ର ସେଠୀ, ଅଜୟ ଗୋଚ୍ଛାୟତ, ପ୍ରତାପ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ