ବାଲେଶ୍ୱର, ୦୬/୦୫ ( ପ୍ରଭାକର ମଲ୍ଲିକ ) : ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ତଥା ଫାଉଣ୍ଡର ମେମ୍ବର ରଘୁନାଥ ମହାନ୍ତିଙ୍କୁ ଦଳରେ ଗତ ୫ ତାରିଖରେ ବିଜୁ ଜନତା ଦଳର ଉପସଭାପତି ଘୋଷଣା ପରେ ବାଲେଶ୍ଵର ଜିଲ୍ଲା ସମେତ ବସ୍ତା ନିର୍ବାଚନ ମଣ୍ଡଳୀର କର୍ମୀ ଓ ନେତାଙ୍କ ମହଲରେ ଆନନ୍ଦ ଲହରୀ ଖେଳିଯାଇଛି।ଏନେଇ ନବୀନ ପଟ୍ଟନାୟକଙ୍କ ଏପରି ନିଷ୍ପତିକୁ କର୍ମୀମାନେ କୃତଜ୍ଞତା ଜଣାଉଛନ୍ତି।ଅନ୍ୟପଟେ ବିଗତ ଦିନରେ ବସ୍ତା ସମେତ ବାଲେଶ୍ଵର ଜିଲ୍ଲାକୁ ରଘୁନାଥ ମହାନ୍ତି ଅକ୍ଳାନ୍ତ ପରିଶ୍ରମ କରି କର୍ମୀଙ୍କ ସହଯୋଗରେ ବିଜେଡି ଗଡଭାବେ ଗଢି ତୋଳିଥିଲେ।ଏପରି ନେତାକୁ ଦଳ ପୁନଃ ସାମିଲ କରି ରାଜ୍ୟ ଉପସଭାପତି ପଦ ଦେଇଥିବାରୁ କର୍ମୀଙ୍କ ଆନନ୍ଦ କହିଲେ ନ ସରେ। ତାଙ୍କ ବାସଭବନରେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ରଘୁ ମହାନ୍ତି ଜିନ୍ଦାବାଦରେ ବାସଭବନ ପ୍ରକମ୍ପିତ ହୋଇ ଉଠୁଛି। ଯାହା ଲୋକଙ୍କ ଭିଡ ଦେଖି ଅନୁମାନ କରାଯାଉଛି କି ଯେ,ରଘୂଙ୍କ ଆଜି ବି ବିଗତ ଦିନମାନଙ୍କ ଭଳି ସମର୍ଥନ ରହିଛି।ନେତା ଅପେକ୍ଷା ଗାଁ ଗହଳିର କର୍ମୀ ମାନଙ୍କ ପ୍ରବଳ ଭିଡ ତାଙ୍କ ବାସଭବନରେ ଦେଖିବାକୁ ମିଳୁଛି।ସତେ ଯେପରି କର୍ମୀ ମାନଙ୍କୁ ଅମୂଲ୍ୟ ସମ୍ପତି ମିଳି ଯାଇଛି।ପ୍ରତିଦିନ ରାତି ତାଙ୍କ ବାସଭବନରେ ଜନ ସମୁଦ୍ର ପରି ସୁଅ ଛୁଟୁଛି।କିଛି ନେତା ଛାଡି ଚାଲିଯିବା ପରେ ବସ୍ତା ନିର୍ବାଚନ ମଣ୍ଡଳୀ ମୂରବୀ ବିହୀନ ହୋଇ ଯାଇଛି ବୋଲି ଭାବୁଥିଲେ ଏବଂ ତାଙ୍କ ବିନା ଦଳର କୌଣସି କିଛି ହୋଇ ପାରି ବନି ବୋଲି ଭାବୁଥିଲେ।ରଗୁନାଥ ମହାନ୍ତି ମିଶିବା ପରେ କର୍ମୀ ମାନେ ଦଳ ବିରୋଧୀଙ୍କୁ ମୁଁ ତୋଡ ଜବାବ ଦେବେ ବୋଲି ପ୍ରକାଶ କରିଛନ୍ତି।କର୍ମୀମାନଙ୍କ ଉତ୍ସାହ ଓ ଉଦ୍ଦୀପନା ଶୋଚକ୍ଷୁରେ ନ ଦେଖିଲେ ହୃଦୟଙ୍ଗମ କରିବା ଅସମ୍ଭବ।ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ଧାରା ଓ ନିଷ୍ପତିକୁ ଅନେକ ନେତା ଓ କର୍ମୀ କୃତଜ୍ଞତା ଜ୍ଞାପନ କରୁଥିବା ଦେଖିବାକୁ ମିଳୁଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
