Hot Posts

6/recent/ticker-posts

ନବ ପଦାଧିକାରୀଙ୍କୁ ବାଲେଶ୍ଵର ବିଜେଡିର ସମ୍ବର୍ଦ୍ଦନା

ବାଲେଶ୍ଵର, ୦୮/୦୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବିଜେଡି ପକ୍ଷରୁ ସ୍ଥାନୀୟ ହୋଟେଲ ଫାଣ୍ଟାସି ଠାରେ ବିଜୁ ଜନତା ଦଳର ନବ ଦାୟିତ୍ୱ ପାଇଥିବା ପଦାଧିକାରୀଙ୍କୁ ସମ୍ବର୍ଦ୍ଦିତ କରାଯାଇଛି | ଦଳର ସମସ୍ତ ନେତୃତ୍ୱ, କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ରହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଥିବା ବାଲେଶ୍ଵର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ତଥା ସୋର ବିଧାୟକ ମାଧବ ଧଡ଼ା ପ୍ରମୁଖଙ୍କୁ ସମ୍ବର୍ଦ୍ଦିତ କରାଯାଇଛି | ସମାନ ଭାବେ ପ୍ରାରମ୍ଭିକ ତାଲିକାରେ ଦାୟିତ୍ୱ ମିଳିଥିବା ରାଜ୍ୟ ଉପସଭାପତି ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସ୍ୱରୂପ ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଗିରିଶ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରେମୁଣା ବିଧାୟକ ପ୍ରାର୍ଥୀନୀ ବିଦୁସ୍ମିତା ମହାଳିକ ପ୍ରମୁଖ ମଞ୍ଚାସିନ ଥିଲେ | ପ୍ରଥମେ ସମସ୍ତ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଛ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା | ପରେ ଆୟୋଜିତ ସଭାରେ ବରିଷ୍ଠ ନେତୃତ୍ୱମାନେ ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କ ଗୁଣଗାଣ କରିବା ସହ ଦଳକୁ କେଉଁଭଳି ଭାବେ ଅଧିକ ସଶକ୍ତ କରିହେବ ସେନେଇ ଆଲୋଚନା କରିଥିଲେ | ସଭା ପୂର୍ବରୁ ଫାଣ୍ଡି ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା | ଏବେ ଠାରୁ ବିଜେଡି ନିଜର ଲଢେଇକୁ ବାଲେଶ୍ଵର ଜିଲ୍ଲାରେ ଜୋରଦାର କରିବ ଏବଂ ବିଜେଡି ୱାର୍ଡ ତଥା ବୁଥ୍ ସ୍ତରରେ ପହଞ୍ଚିବ | ଏଥିସହ ବିଜେପିର ଛଳତନ୍ତ୍ର ବିରୋଧରେ ବଡ଼ ଲଢେଇ କରିବାକୁ ନେତୃତ୍ୱମାନେ ଆହ୍ୱାନ ଜଣାଇଥିଲେ |ଏଥିପାଇଁ ଜନତାଙ୍କ ସ୍ୱାର୍ଥ ପାଇଁ ବିଧାନସଭା ଭିତରେ ଏବଂ ବାହାରେ ଦଳ ଲଢେଇକୁ ଜୋରଦାର କରିବ ବୋଲି ଆହ୍ୱାନ ଦେଇଥିଲେ | ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସାଧାରଣ ସମ୍ପାଦକ ରଞ୍ଜନ ବାଗ, ପୌର ଉପାଧ୍ୟକ୍ଷ କୈଳାଶ ସେଠୀ, ରେମୁଣା ଏନଏସି ଚେୟାରମ୍ୟାନ ତନୁଜା ଗିରି, ଉପାଧ୍ୟକ୍ଷ ଏସକେ ଏହେସାନ, ରେମୁଣା ବ୍ଲକ ରାଜେନ୍ଦ୍ର ରାଉତ, ନୀଳଗିରି ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ଟାଉନ ମହିଳା ସଭାପତି ମୀନା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ସୋନାଲି ବିଶ୍ୱାଳ, ସଦର ବ୍ଲକ ସଭାପତି ବାସନ୍ତ ପଣ୍ଡା, ଜିଲ୍ଲାର ସମସ୍ତ ପୌରପାଳିକା ଓ ଏନଏସିର ପୌରାଧ୍ୟକ୍ଷ, ପୌରଉପାଧ୍ୟକ, ସମସ୍ତ କାଉନସିଲର, ସରପଞ୍ଚ, ସମିତିସଭ୍ୟ, ୱାର୍ଡ କାଉନସିଲର, ମହିଳା, ଯୁବ-ଛାତ୍ର ଜନତାର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମ୍ବର୍ଦ୍ଦିତ କରିଥିଲେ | ବାଲେଶ୍ଵର ଟାଉନର ସଞ୍ଜୟ ବେହେରା, ରୀତିକ ଜୀ, କାର୍ତ୍ତିକ ସାହୁ, ସେକ ଆୟୁବ, ସେକ ଅନସର ଅଲ୍ଲୀ, ସୁବୋଧ ମହାନ୍ତି, ବିଶ୍ୱଜିତ ମହାପାତ୍ର, ଯୁବନେତା ଉମାଶଙ୍କର ତିଆଡ଼ି, ଛାତ୍ରନେତା ହରେକୃଷ୍ଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ବିଜେଡି ଟାଉନ ସଭାପତି ମନୋଜ କୁମାର ରାଉତ ଧନ୍ୟବାଦ ଦେଇଥିଲେ |


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l