ମହିଳା ହାଣିଲେ ମହିଳାଙ୍କୁ
କଟକ, ୨୧/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : କଟକ ଜିଲ୍ଲା ରେ କ୍ରିକେଟ ଖେଳ କୁ ନେଇ ଘଟିଛି ଏମିତି ଘଟଣା। ସୂଚନା ଅନୁଯାୟୀ କଟକ ଜିଲ୍ଲା ତିନିଘରିଆ ଅଞ୍ଚଳ ନୂଆସାହି ରେ ରହୁଥିବା କଳ୍ପନା ଖଟେଇ ଓ ରୀନା ସେଠୀ ଦୁହେଁ ପଡୋଶୀ। ଦୁଇ ମହିଳା ଙ୍କ ଦୁଇ ପୁଅସବୁଦିନ ପରି କ୍ରିକେଟ ଖେଳି ବାକୁ ନିକଟସ୍ଥ ପଡ଼ିଆକୁ ଯାଇଥିଲେ। କ୍ରିକେଟ୍ ଖେଳ ଚାଲି ଥିଲା ବେଳେ କୌଣସି କାରଣରୁ ଉଭୟ ଙ୍କ ପୁଅ ଙ୍କ ମଧ୍ୟରେ କଳି ଆରମ୍ଭ ହୋଇଥିଲା। ଏହି ଘଟଣା କଳି ରୁ ଆରମ୍ଭ ହୋଇ ପହଞ୍ଚିଲା ଉଭୟ ଙ୍କ ପରିବାର ନିକଟରେ। ଯେହେତୁ ଉଭୟଙ୍କ ପିତା କାମ କରିବାକୁ ବାହାରକୁ ଯାଇଥିଲାବେଳେ । ଘରେ କେବଳ ମାଆ ଥିଲେ। ପିଲା ମାନଙ୍କ ଝଗଡ଼ା ରେ ଉଭୟଙ୍କ ମାଆ ମାନେ ହସ୍ତକ୍ଷେପ ପରେ କଳି ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ କଳ୍ପନା ଖଟେଇ ନାମକ ଜନୈକ ମହିଳା କୁରାଢ଼ି ଧରି ରୀନା ସେଠୀ ନାମକ ମହିଳାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ରେ ରୀନା ସେଠୀ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତୁରନ୍ତ ସ୍ଥାନୀୟ ଲୋକ ଉକ୍ତ ମହିଳା ଙ୍କୁ ମେଡିକାଲ ନେଇ ଯାଇଥିଲେ। ପରିବାର ତରଫରୁ ଏ ନେଇ ମଧୁପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାର ରେ ପୋଲିସ କଳ୍ପନା ଖଟେଇ ଙ୍କୁ ଗିରଫ କରିଛି। କ୍ରିକେଟ ଖେଳ କୁ ନେଇ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ