Hot Posts

6/recent/ticker-posts

ବିଞ୍ଝାରପୁର ମାଟି ପାଇଁ ଗୌରବ ଆଣିଥିବା ଛାତ୍ରୀ ଙ୍କୁ ଭେଟିଲେ ବିଧାୟିକା

ବିଂଝାରପୁର, ୨୧/୦୫ (ପ୍ରଦୀପ କୁମାର ମଲ୍ଲିକ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ବିଂଝାରପୁରପୁର ବ୍ଲକ ଅରେଇ ପଞ୍ଚାୟତ ତଥା ଗ୍ରାମର ସତ୍ୟରଞ୍ଜନ ମଲ୍ଲିକ ଓ ରେବତୀ ମଲ୍ଲିକଙ୍କ ଝିଅ ସ୍ୱାତୀସୁମନ ମଲିକ (୫୭୧) ୯୫%ରୁ ଉର୍ଦ୍ଧ ମାର୍କ ରଖି ନିଜ ପଞ୍ଚାୟତ ତଥା ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସ୍ୱାତୀ ସୁମନ ର ଏହି ସଫଳତା ପାଇବା କଥା ପ୍ରକାଶ ହେବା ପରେ ବିଞ୍ଝାରପୁର ନିର୍ବାଚ଼ନ ମଣ୍ଡଳୀରେ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ବିଧାୟିକା ପ୍ରମିଳା ସ୍ୱାତୀ ନିକଟରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତରେ ତାକୁ ସମସ୍ତ ପ୍ରକାର ସହଯୋଗର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ସ୍ୱାତୀ ସୁମନ ଯାଜପୁର ଟାଉନ ସ୍ଥିତ ବିଦ୍ୱାନ ଆବାସିକ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢୁଥିଲେ। ତାଙ୍କର ଏହି ସଫଳତାରେ ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସେ ଭବିଷ୍ୟତରେ ଡାକ୍ତର ହେବାକୁ ଚାହିଁଛନ୍ତି। ଆଉ ଯଦି ଜଣେ ସଫଳ ଡାକ୍ତର ହୁଅନ୍ତି । ତାଙ୍କ ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ମାତ୍ର୧ ଟଙ୍କା ମୂଲ୍ୟରେ ରୋଗୀ ସେବା କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ମାତାପିତା, ଜେଜ ଜେଜମା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି।