Hot Posts

6/recent/ticker-posts

ଗୋବିନ୍ଦପୁର ମୁଖ୍ୟ ରାସ୍ତାରେ ନର୍ଦ୍ଦମା ପାଣି: ଗ୍ରାମବାସୀଙ୍କ ଡ୍ରେନ ଦାବି

ସିନାପାଲି, ୦୧/୦୫ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ମୁଖ୍ୟ ରାସ୍ତାରେ ମଇଲା ନର୍ଦ୍ଦମା ପାଣି ବହୁଥିବା ବେଳେ ଗ୍ରାମବାସୀ ଡ୍ରେନ ନିର୍ମାଣ କରିବାକୁ ଦାବି କରିଛନ୍ତି । ପ୍ରକାଶ ଯେ ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ପାଣି ବହୁଥିବା ବେଳେ କାଦୁଅରେ ଲୋକେ ଯାତାୟତ କରୁଛନ୍ତି। ଏହି ରାସ୍ତା ଦେଇ ଟିମନପୁର, ହିରାପୁର, ମାଲପଡା, ଅର୍ମଲା ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଅନେକ ସମୟରେ ଗାଡିମଟର ନେଇ ଯାତାୟତକରିଥିବା ବେଳେ ଲୋକେ କାଦୁଅରେ ଖସି ପଡୁଛନ୍ତି। ଗ୍ରାମର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟ ଯିବା ଆସିବା କରୁଥିବା କରୁଥିବ ବେଳେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ଗାଁକୁ ପ୍ରବେଶ କରିବା ଠାରୁ ଶେଷ ରାସ୍ତା ପର୍ଯ୍ୟନ୍ତ ଏହି ନର୍ଦ୍ଦମା ପାଣି ମାଡି ଜିବାକୁ ପଡୁଛି। ଏମିତି କି ଏହି କାଦୁଅ ରାସ୍ତା ଯୋଗୁଁ ମଶାମାଛି ବଢୁଛି। ଲୋକେ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ଦୃଷ୍ଟିଦେଇ ଡ୍ରେନ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।