କାଳବୈଶାଖୀ ପ୍ରଭାବରେ ଭୁଷୁଡିଲା ହୋର୍ଡିଂ
କଟକ, ୦୧/୦୫ ( କାହ୍ନୁ ଚରଣ ବାରିକ ) : କଟକ ସତୀଚଉରା ଛକରେ ଗତ କାଲି କାଳବୈଶାଖୀ ପ୍ରଭାବରେ ଭୁଷୁଡିଲା ହୋର୍ଡିଂ। ବିପଦପୂର୍ଣ୍ଣ ଭାବେ ମନ୍ଦିର ଉପରେ ଝୁଲି ରହିଛି ହୋର୍ଡିଂ।କଟକେଶ୍ବର ମନ୍ଦିର ପରିସରରେ ଥିବା ଏକ ନଡ଼ିଆ ଗଛ ଉପରେ ଝୂଲି ରହିଛି। ୩୦ ଫୁଟ୍ ଲମ୍ବାର ହୋର୍ଡିଂ ଛାତ ଉପରେ ଲାଗିଥିବା ବେଳେ କାଳବୈଶାଖୀ ପବନରେ ହୋର୍ଡିଂ କଂକ୍ରିଟ ବେସ ସହ ଉପୁଡ଼ି ପଡ଼ି ଛାତ ଉପରେ ଝୁଲି ରହିଛି।