Hot Posts

6/recent/ticker-posts

କୃତିଛାତ୍ର ଙ୍କୁ ସମ୍ବର୍ଦ୍ଧନା

ବରୀ, ୦୬/୦୫ ( ରଂଜିତ ମହାନ୍ତି ) : ସହିଦ୍ ଶ୍ରୁତି ବିଶ୍ୱାଳ ସ୍ମୃତି ପରିଷଦ ତରଫରୁ ଯାଜପୁର ବ୍ଳକ ଛତିଶଦେବିଲ ଗ୍ରାମର ସମୀର ବିଶ୍ୱାଳ ଙ୍କ ପୁଅ କୃତି ଛାତ୍ର ବିଶ୍ଵପ୍ରତାପ ବିଶ୍ୱାଳ ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ ଦଶମ ଷ୍ଟାଣ୍ଡାର୍ଡ ରେ ୯୨. ୬%:ମାର୍କ ରଖି ଉତୀର୍ଣ୍ଣ ହୋଇଥିବାରୁ ପରିଷଦର, ସଭାପତି କାମଦେବ ବିଶ୍ୱାଳ ଓ ଅନ୍ୟ ସଦସ୍ୟ ଯଥା, ବିଜୟ କୁମାର ବିଶ୍ୱାଳ, ହରିହର ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାଳ, ବିମଳ ମହାପାତ୍ର, ସୂର୍ଯ୍ୟମଣୀ ବିଶ୍ୱାଳ, ଶୁଭେନ୍ଦୁ ବିଶ୍ୱାଳ, ମଧୁସୂଦନ ବିଶ୍ୱାଳ, ନୀଳମଣି ବିଶ୍ୱାଳ ଓ ସଦସ୍ୟ ସାମ୍ବାଦିକ ବିଶ୍ୱଭୂଷଣ ଜେନା ଉପସ୍ଥିତ ରହି ବିଶ୍ଵପ୍ରତାପ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହ ଦେଇ ସମ୍ବର୍ଦ୍ଧିତ କରିଥିଲେ l