Hot Posts

6/recent/ticker-posts

ମହୁଲ ଫୁଲ ପରେ ଟୋଲା ଦେଉଛି ରୋଜଗାର

ଝରିଗାଁ, ୦୬/୦୫ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବସବାସ କରୁଥିବା ଆଦିବାସୀଙ୍କ ରୋଜଗାରିଆ ଗଛ ହେଉଛି ମହୁଲ ଗଛ।ତେଣୁ ଏହି ଗଛକୁ ସୁରକ୍ଷିତ ଭାବେ ରଖିଥାନ୍ତି।ପ୍ରଥମେ ମହୁଲ ଫୁଲ ସଂଗ୍ରହ କରିବା ପରେ ଖରାରେ ଶୁଖାଇ ବିକ୍ରି କରି ରୋଜଗାର କରନ୍ତି।ପରେ ମହୁଲ ଫଳ ଟୋଲା ସଂଗ୍ରହ କରି ସେଥିରୁ ମଧ୍ୟ ରୋଜଗାର କରନ୍ତି।ବର୍ତ୍ତମାନ ମହୁଲ ଟୋଲା ସଂଗ୍ରହ ଚାଲିଥିବା ବେଳେ ସମସ୍ତେ ରାତି ପାହିଲେ ଜଙ୍ଗଲ ମୁହାଁ ହେଉଛନ୍ତି।ପ୍ରାୟ ଦୁଇ ମାସ ଧରି ଜଙ୍ଗଲରୁ ଟୋଲା ସଂଗ୍ରହ ହୁଏ।ଆଦିବାସୀ ଅଞ୍ଚଳରେ ପ୍ରଥମେ ଟୋଲା ସଂଗ୍ରହ କରି ଘରକୁ ଆଣିବା ପରେ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରିଦିଅନ୍ତି।ଆଉ କିଛି ଲୋକ ଚପା ଛଡାଇ ଦୁଇ ଫାଳ କରି ଶୁଖାଇ ଦିଅନ୍ତି।ଶୁଖିବା ପରେ ଘଣାରେ ପେଷି ସେଥିରୁ ତେଲ ବାହାର କରନ୍ତି।ଏହି ତେଲ ଗଣ୍ଠି ବାତ, ଚର୍ମ ରୋଗ,କେଶର ଯତ୍ନ ପାଇଁ ବ୍ୟବହାର କରାଯାଏ।ଗ୍ରାମାଞ୍ଚଳରେ ଦୀପ ଜଳାଇବା ପାଇଁ ଏହି ତେଲ ବ୍ୟବହାର କରାଯାଏ।ଉଚ୍ଚ ମାନର ସାବୁନ ତିଆରି ବେଳେ ବ୍ୟବହାର କରାଯାଏ।ଏହି ତେଲରେ ଔଷଧୀୟ ଗୁଣ ଥିବା ଯୋଗୁଁ ପାରମ୍ପରିକ ଚିକିତ୍ସାରେ ବହୁଳ ବ୍ୟବହାର ହୋଇଥାଏ।ତେବେ ଝରିଗାଁ ବ୍ଲକରେ ବହୁଳ ମାତ୍ରାରେ ଟୋଲା ସଂଗ୍ରହ ହେଉଥିବା ବେଳେ ସ୍ଥାନୀୟ ଆଦିବାସୀ ମାନେ ଉଚିତ ମୁଲ୍ୟରେ ବିକ୍ରି କାରିପାରୁନାହାନ୍ତି।ପ୍ରଶାସନ ପକ୍ଷରୁ ଯଦି ବିକ୍ରି ପାଇଁ ବ୍ୟବସ୍ଥା କଲେ ଭଲ ଦୁଇ ପଇସା ରୋଜଗାର କରି ପାରିବେ ବୋଲି କିଛି ଲୋକ କହିଛନ୍ତି।