Hot Posts

6/recent/ticker-posts

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଘୋଳ ଦହି ବଣ୍ଟନ

ଭବାନୀପାଟଣା, ୦୫/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ବୈଶାଖର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମଗ୍ର ଓଡ଼ିଶା ଡହଳ ବିକଳ ହେଉଥିବା ବେଳେ ବରିଷ୍ଠ ନାଗରିକ ସଂଘ କଳାହାଣ୍ଡି ପକ୍ଷରୁ ମଙ୍ଗଳ ବାର ସାପ୍ତାହିକ ହାଟରେ ସର୍ବ ସାଧାରଣଙ୍କୁ ଘୋଳ ଦହି ବଣ୍ଟନ କରାଯାଇଛି। ବରିଷ୍ଠ ନାଗରିକ ସଂଘର ସଭାପତି ବିଜୟ କୁମାର ହୋତା, ସମ୍ପାଦକ ଗିରିଜା ଶଙ୍କର ବାବୁ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ ସଦସ୍ୟ ମଳୟ କୁମାର ମୁଣ୍ଡ, ପ୍ରସନ୍ନ ପଟ୍ଟନାୟକ, ମଧୁ ସୁଦନ ସାହୁ, ପ୍ରଶାନ୍ତ ବାବୁ, ସବିତା ପଟ୍ଟନାୟକ, ସରସ୍ୱତୀ ହୋତା, ଏ ଆପା ରାଓ, ସୁବାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଘୋଳ ଦହି ବଣ୍ଟନ କରିଥିଲେ। ଗ୍ରୀଷ୍ମ ଋତୁ ସାରା ପ୍ରତ୍ୟେକ ମଙ୍ଗଳ ବାର ଦିନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସର୍ବ ସାଧାରଣଙ୍କୁ ଘୋଳ ଦହି ବଣ୍ଟନ କରାଯିବ ବୋଲି ସମ୍ପାଦକ ଗିରିଜା ଶଙ୍କର ବାବୁ ପ୍ରକାଶ କରିଛନ୍ତି।


ଭବାନୀପାଟଣା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ