Hot Posts

6/recent/ticker-posts

ଶିକାରୀ ତୀର ସାଜିଲା କାଳ

କଟକ, ୦୫/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ଶିକାରୀ ତୀର ସାଜିଲା କାଳ,  ଏମିତି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମ ପାହାଡ ଥାନା କାଶିଆ ବେଡା ଗାଁ ରେ। ଉକ୍ତ ଗାଁ ର ପତୁନ ତିରିଆ ଙ୍କ ପୁଅ ରକଲାଲ ତିରିଆ ଜଙ୍ଗଲ କୁ ଯାଇଥିବା ବେଳେ ଜଙ୍ଗଲ ରେ ଶିକାରୀ ମାନେ ପକ୍ଷୀ ଶିକାର କରୁଥିବା ବେଳେ ଭୁଲ ବଶତଃ ଗୋଟେ ତୀର ଆସି ଏହି ବାଳକ ବେକରେ ପଶିଯାଇଥିଲା, ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ଏସ ସି ବି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା, କଟକ ମେଡିକାଲ ରେ ପହଞ୍ଚିଲା ପରେ ତାଙ୍କୁ ତୁରନ୍ତ ଅପରେସନ ଆରମ୍ଭ କରାଯାଇଥିଲା। ଇନଟି ଓ ସିଟିଭିଏସ୍ ବିଭାଗ ର ମିଳିତ ଭାବେ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା, ଏହି ଡାକ୍ତରୀ ଟିମ୍ ଦୀର୍ଘ ତିନିଘଣ୍ଟା ଅକ୍ଲାନ୍ତ ଉଦ୍ୟମ କରି ଶେଷରେ ତଣ୍ଟି ରୁ ତୀର ଟିକୁ କାଢ଼ିବା ରେ ସଫଳ ହେଇଥିଲେ। ଅସ୍ତ୍ରୋପଚାର ସଫଳ ହେବା ପରେ ରକ୍ ଲାଲ କୁ ସେଣ୍ଟ୍ରାଲ ଆଇସିୟୁ ର ୧୩ ନମ୍ୱର ବେଡ୍ କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଏବେ ଚିକିତ୍ସାଧିନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ଡାକ୍ତର ଙ୍କ କହିବା କଥା ଅଧିକ ବିଳମ୍ବ ହେଇଥିଲେ ଜୀବନ ରକ୍ଷା କରିବା କଷ୍ଟକର ହୋଇ ପଡ଼ି ଥାଆନ୍ତା 


କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ