Hot Posts

6/recent/ticker-posts

ସାମାନ୍ୟ କଥାରୁ ରକ୍ତରଞ୍ଜିତ ଘଟଣା, ଖଣ୍ଡା ଆକ୍ରମଣରେ କଟିଗଲା ପାପୁଲି

କଟକ, ୦୫/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ସାମାନ୍ୟ କଥାକୁ ନେଇ ଘଟିଯାଇଛି ଭୟଙ୍କର ଘଟଣା! ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ଏକ ପାନ ଦୋକାନ ରେ ବେଆଇନ ମଦ ବିକ୍ରି ହେଉଥିବା ବେଳେ ମଦ ନେବାକୁ ଆସିଥିବା ବ୍ୟକ୍ତି ଚପଲ ପିନ୍ଧି ଭିତରକୁ ପଶିଥିଲେ! ଏଥିର ରାଗିଯାଇ ଦୋକାନୀ ଓ ଗ୍ରାହକ ଭିତରେ ଝଗଡା ସୃଷ୍ଟି ହୋଇଥିଲା! ଝଗଡା ଆସ୍ତେ ଆସ୍ତେ ଭୟଙ୍କର ରୂପ ଧାରଣ କରିଥିଲା! ଏଥିରେ ଉତକ୍ଷିପ୍ତ ହୋଇ ରାକେଶ ମାଲିଆ ଦୋକାନରୁ ଗୋଟେ ଖଣ୍ଡା ଆଣି ଆକ୍ରମଣ କରିଥିଲେ। ଆକ୍ରମଣ ରେ ବିଭୁ ପ୍ରସାଦ ସାହୁ ଙ୍କ ଡାହାଣ ହାତ ର ପାପୁଲି କଟିଯାଇଥିଲା ଏବଂ ସୁରେଶ ସାହୁ ଓ ଦୀପକ ସାହୁ ଆହତ ହେଇଥିଲେ। ଘଟଣା ପରେ ଆହତ ମାନେ ସେଠାରୁ ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ରାକେଶ ମାଲିଆ ଭୟରେ କଟା ପାପୁଲି ଏବଂ ବ୍ୟବହୃତ ଖଣ୍ଡା କୁ ନିକଟସ୍ଥ କେନାଲ ରେ ଫିଙ୍ଗି ଉଭୟ ବାପା, ପୁଅ ଚମ୍ପଟ ମାରିଥିଲେ। ଆହତ ହୋଇଥିବା ବ୍ୟକ୍ତି ଙ୍କ ପରିବାର ଲୋକେ ମେଡିକାଲ ନେଇ ଚିକିତ୍ସା କରିବା ସହ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ମାନଙ୍କୁ ଖୋଜା ଖୋଜି କରିଥିଲେ। ଶେଷରେ ପୋଲିସ ହାତରେ ଧରା ପଡିବା ପରେ ଅଭିଯୁକ୍ତ କୁ ନେଇ ଘଟଣା ସ୍ଥଳରୁ କଟା ପାପୁଲି ଏବଂ ବ୍ୟବହୃତ ଖଣ୍ଡା କୁ ପୋଲିସ ଉଦ୍ଧାର କରିଛି! ଏମାନଙ୍କ ନାଁ ରେ ପୂର୍ବରୁ ଏୟାରଫିଲ୍ଡ ଥାନା ଓ ଲିଙ୍ଗରାଜ ଥାନା ରେ ମାମଲା ରହିଛି। ଉଭୟ ବାପା ଓ ପୁଅ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି, ବର୍ତ୍ତମାନ ଏହି ମାମଲା ର ଅଧିକ ତଦନ୍ତ ଚାଲୁ ରହିଛି 



କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ