Hot Posts

6/recent/ticker-posts

ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ବୋଲଗଡ଼, ୧୩/୦୫ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ରାଜସୁନାଖଳା ନିକଟସ୍ଥ କୋଟଗଡସ୍ଥିତ ଆରାଧ୍ୟ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ୫ମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ବୁଧବାର ଦିନ ଉଦଯାପିତ ଅନୁଷ୍ଠିତ ହୋଇଯାଇଛି। କୋଟଗଡ ଗ୍ରାମର ସଭାପତି ସନାତନ ଦୋରାଙ୍କ ଆବାହତତ୍ୱରେ ରବିବାର ଦିନ ଶୁଭ ଅଙ୍କୁରାରୋପଣ, ଶାଲା ମଣ୍ଡନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ସୋମବାର ଦିନ କଳସ ଯାତ୍ରା ହୋଇଥିଲା । ଏହି ଅବସରରେ କଳସ ଯାତ୍ରାରେ ୫୦ରୁ ଉର୍ଦ୍ଧ ମାନସିକ ବ୍ରତଧାରୀମାନେ ମହାଦେବଙ୍କ ପୋଖରୀରୁ ପବିତ୍ର ଜଳ ଉଠାଇ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ପୂଜା ଅର୍ଚନା କରି ଗ୍ରାମ ପରିକ୍ରମା କରିଥିଲେ। ଏହି ପରିକ୍ରମା ମା ବାଲୁଙ୍କେଶ୍ୱର ଦେବଙ୍କ ଠାରୁ ଆରମ୍ଭ ହୋଇ କୋଟଗଡ ଗ୍ରାମ , ତଳ ମଠ ପ୍ରମୁଖ ପରିକ୍ରମା କରି ଯଜ୍ଞ ବେଦୀରେ କଳସ ସ୍ଥାପନ କରିଥିଲେ । ପରିକ୍ରମା ସମୟରେ ଗ୍ରାମବାସୀମାନେ ନିଜ ନିଜ ଦୁଆରେ ପ୍ରଦୀପ ପ୍ରଜ୍ବଳନ କରି, ଝୋଟି, ଚିତା ଆଙ୍କି କଳସ ସ୍ଥାପନ କରି ବିଶାଳ କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଯଜ୍ଞରେ ଓଡ଼ିଶାର କୋଣ ଅନୁକୋଣରୁ ଆସି ଥିବା ବିଶିଷ୍ଟ ପଣ୍ଡିତ ମାନଙ୍କ ବେଦ ପଠନ ଚତୃଃଦିଗକୁ ଭାବ ଓ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲା ।ଏହି ଯଜ୍ଞରେ କର୍ତ୍ତା ଭାବରେ ଦୁଃଖୀ ଶ୍ୟାମ ବିଶ୍ଵାଳ ଓ କର୍ତ୍ତୀ ଭାବରେ ତାଙ୍କର ସହଧର୍ମିଣୀ ସରୋଜିନୀ ବିଶ୍ଵାଳ ଯୋଗ ଦେଇଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ଆସି ଥିବା ବିଶିଷ୍ଟ ପଣ୍ଡିତ ମାନେ ସୁର ଭାଇନାଙ୍କ ନେତୃତ୍ୱରେ ବିଶିଷ୍ଟ ପଣ୍ଡିତ ମାନେ ଯଜ୍ଞକୁ ନୀତି କ୍ରାନ୍ତି ଅନୁଯାଇ ସୁପରିଚାଳନା କରିଥିଲେ। ଏହି ବିଶ୍ଵଶାନ୍ତି ମହାଯଜ୍ଞ ୩ଦିନ ଧରି ଚାଲୁ ରହିଥିଲା । ଏହି ଯଜ୍ଞରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେବାସହିତ କୋଟଗଡ ଗ୍ରାମବାସୀମାନେ ସହଯୋଗ କରିଥିଲେ।