Hot Posts

6/recent/ticker-posts

ହତ୍ୟା ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

ନବରଙ୍ଗପୁର, ୧୩/୦୫ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଏକ ହତ୍ୟା ଘଟଣା ର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ରତନ ଗୌଡ଼ କୁ ନିର୍ଦୋଷ ରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ, କୋଡ଼ିଙ୍ଗା ଥାନା ରେ ତତ୍କାଳୀନ କାର୍ଯ୍ୟରତ ସବ-ଇନିସ୍ପେକ୍ଟର ଅଞ୍ଜନ କୁମାର ଜାଲ କୋଡ଼ିଙ୍ଗା ଥାନାରେ ଗତ 20/03/2016 ରେ ଅଭିଯୁକ୍ତ ରତନ ଗୌଡ଼ ର ଅଭିଯୋଗ କୁ ଭିତ୍ତି କରି ଏକ କୋଡ଼ିଙ୍ଗା ଥାନା ରେ ଅପମୃତ୍ୟୁ ମାମଲା କେସ ନମ୍ବର -03/16 ପ୍ରକାରେ ଅପମୃତ୍ୟୁ ରିପୋର୍ଟ ଦାଖଲ କରିବା ସହ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିଥିଲେ ଓ ତଦନ୍ତ ସମୟରେ ଅଭିଯୁକ୍ତ ରତନ ଗୌଡ଼ ପୋଲିସ ଆଗରେ ସ୍ୱୀକାର କରିଥିଲା ଯେ ସେ ହିଁ ତାହାର ଭାଇ କମଲସାଇ ଗୌଡ଼ କୁ ହତ୍ୟା କରିଛି l ଘଟଣା ଦିନ ରାତି ପ୍ରାୟ 8.30 ସମୟରେ ମୃତ କମଲସାଇ ଗୌଡ଼ ମଦ ପିଇ ପରିବାର ସଦସ୍ୟ ମାନଙ୍କ ଗଣ୍ଡଗୋଳ କରିବା ସହ ଘରର ଆସବାବ ପତ୍ର ସବୁ ଫୋପାଡ଼ି ଦେଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ରତନ ଗୌଡ଼ ବଡ଼ଭାଇ କମଲ ସାଇ ଗୌଡ଼ ଏକ କାଠ ଫାଳିଆ ସାହାଯ୍ୟ ରେ ମୁଣ୍ଡକୁ ଆଘାତ କରି ତାକୁ ହତ୍ୟା କରିଥିଲା l ଆଘାତ ଫଳରେ ପ୍ରଚୁର ରକ୍ତଶ୍ରାବ ହେବା ଫଳରେ କମଲସାଇ ର ମୃତ୍ୟୁ ଘଟିଥିଲା ଏବଂ ଘଟଣା କୁ ଏକ ଅପମୃତ୍ୟୁ ର ରୂପ ଦେବାପାଇଁ ସେ ପାଖପଡିଶା ଘରର ଲୋକଙ୍କୁ ଡାକିବା ସହ ମୃତକ କମଲସାଇ କୁ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡାକିଥିଲା l ଘଟଣା ର ତଦନ୍ତ କରି ପୋଲିସ ଅଭିଯୁକ୍ତ ରତନ ଗୌଡ଼ କୁ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା 302 ଓ 201ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ* l ସମସ୍ତ 14 ଜଣଙ୍କ ସାକ୍ଷୀ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ସମସ୍ତ ଅଭିଯୁକ୍ତ ରତନ ଗୌଡ଼ କୁ ନିର୍ଦୋଷ ରେ ଖଲାସ କରିଛନ୍ତି* l ଅଭିଯୁକ୍ତ ଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ,ପ୍ରଫୁଲ୍ଲ ସିଂ ଓ ଶେକ ବାବା ଅଲିଶା ମାମଲା କୁ ପରିଚାଳନା କରୁଥିଲେ* l