୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଚାଷୀଙ୍କ ମୃତ୍ୟୁ, ବିନୋପୁରରେ ଉତ୍ତେଜନା
ବୋଡେ଼ନ, ୧୮/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ ବିନୋପୁର ରେ ଘଟିଲା ହୃଦୟବିଦାରକ ଘଟଣା। ତେତିଷ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ମୃତକ ଚାଷୀ ଖେତରୁ କାମ କରି ଫେରୁ ଥିବା ବେଳେ ଏହି ଘଟଣା ଘଟିଛି ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ପରିବାର ଲୋକଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟାତ ପୂରାପୂରି ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଂଚି ଦଦନ୍ତ କରୁଛି
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ