ମାଲକାନଗିରି ଜିଲ୍ଲା ର ଅନେକ ଯାଗାରେ ଅଦିନିଆ ବର୍ଷା ଯୋଗୁଁ ରାସ୍ତା ବିଚ୍ଛିନ୍ନ, ଧ୍ୟାନ ଦେଉନାହାନ୍ତି ଜିଲ୍ଲା ପ୍ରଶାସନ।
ମାଲକାନଗିରି, ୧୮/୦୫ (ଶ୍ରୀ ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଳକ ଅନ୍ତର୍ଗତ ବାୟାପଡା, ଗଙ୍ଗା ପଡା,ନାରିଙ୍ଗି ଜୋଲା କୁ ସଂଯୋଗ କରୁଥିବା ଘାଟି ରାସ୍ତା ର ଅବସ୍ଥା ବର୍ତମାନ ମରଣଯନ୍ତା ପାଲଟିଛି। ଅଦିନିଆ ବର୍ଷାରେ ପାହାଡ଼ ର ମାଟି ଖସି ରାସ୍ତାରେ ଗଦା ସୋଇଥିବା ବେଳେ ଅନେକ ଯାଗାରେ ରାସ୍ତା ଧୋଇ ହୋଇ ଯାଇଛି ଯାହା ଫଳରେ କି ଅଞ୍ଚଳ ବାସି ଙ୍କୁ ଯାତାୟାତ ନିମନ୍ତେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ପରିତାର ବିଷୟ ଉକ୍ତ ରାସ୍ତା ରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନ ଥିବା ହେତୁ ଅଳ୍ପ ବର୍ଷରେ ମଧ୍ୟ ପାହାଡ ରୁ ଆସୁଥିବା ବର୍ଷା ପାଣି ରାସ୍ତା ଉପରେ ମାଡ଼ି ଆସୁଅଛି ଏବଂ ରାସ୍ତା ର ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରଶାସନ କେବେ ଏଇ ରାସ୍ତା ଉପରେ ନଜର ପକେଇ ବେ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।