ସିନାପାଲି, ୧୩/୦୫ ( ପରମେଶ୍ୱର ମେହେର ) : ସିନାପାଲି ବ୍ଳକ ଘଣ୍ଟିଗୁଡ଼ା ପଞ୍ଚାୟତ ନିକଟ ବିଜୁ ଏକ୍ସପ୍ରେସ ୱେର ରାସ୍ତାକଡ଼ରେ ଏକ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ପ୍ରକ ଉଦ୍ଘାଟିତ ହୋଇଛି। ଖଡ଼ିଆଳ ବିଧାୟକ ଅଧୁରାଜ ମୋହନ ପାଣିଗ୍ରାହୀ ଅତିଥ୍ ଭାବେ ଯୋଗଦେଇ ପାନୀୟ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ କାର୍ମି ଓରାମ, ବୃକଅଧ୍ଯକ୍ଷା ମାଧୁରୀ ମାଝି, ପାନୀୟଜଳ ଯୋଗାଣ ବିଭାଗ କାର୍ଯ୍ୟନିର୍ବାହୀ ପ୍ରହଲ୍ଲାଦ ସାହୁ, ସମିତି ସଭ୍ୟା ଲଳିତା ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ରାସ୍ତା ଉପରେ କୌଣସି ସ୍ଥାନରେ ଏଭଲି ମାଗଣା ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥୁବା ବେଳେ ଏହା ଦେୟମୁକ୍ତ ଥିବା ସହ ୨୪ଘଣ୍ଟା ଲୋକଙ୍କୁ ସେବା ପ୍ରଦାନ କରା ରାଯାଇପାରିବ। ଦୁଇ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଟ୍ୟାଙ୍କରୁ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା ରହିଛି । ସରପଞ୍ଚ ଖୁଟୁରାମ ସୁନାନୀଙ୍କ ଉଦ୍ୟମରେ ହୋଇଥିବା ଏହି ପ୍ରକଳ୍ପକୁ ନେଇ ଲୋକେ ପ୍ରଶଂସା କରିଛନ୍ତି । ସେହିପରି ପଞ୍ଚାୟତ କାର୍ଯ୍ୟାଳୟର ଆୟ ବୃଦ୍ଧି ସକାଶେ ଏଠାରେ ନିର୍ମାଣ କରାଯାଇଥିବା ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଉଦଘାଟନ କରାଯାଇଥିଲା। ଉଦଘାଟନୀ ସମାରୋହରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ମିଶନ ଶକ୍ତି ମହିଳା, ଜନପ୍ରତିନିଧୁ, ପୁରୁଷ ମହିଳା ଉପସ୍ଥିତ ଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
