କଟକ ସିଏମସି କମିଶନର ଙ୍କ ନାଁ ରେ ଫେକ ଆକାଉଣ୍ଟ
କଟକ, ୧୩/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ବର୍ତ୍ତମାନ ସମୟରେ ସବୁ ଆଡେ ଚର୍ଚ୍ଚା ସାଇବର୍ ଅପରାଧୀ ମାନେ କୌଣସି ବ୍ୟକ୍ତି ଙ୍କୁ ମଧ୍ୟ ଶିକାର କରି ତାଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ରେ ଛନ୍ଦି ପାରୁଛନ୍ତି। ଏମିତି ଘଟଣା ଘଟିଛି ଖୋଦ୍ କଟକ ସହର ରେ ଥିବା ମହାନଗର ନିଗମ ର କମିଶନର ସୁଶ୍ରୀ କିରନ ଦୀପ ସହୋତା ଙ୍କ ସହ। ସୂଚନା ଅନୁଯାୟୀ କଟକ ସହର ରେ ଥିବା ୫୯ ଟି ୱାର୍ଡ ର କର୍ପୋରେଟର ଓ ସାଧାରଣ ଲୋକଙ୍କ ଠାରୁ କମିଶନର ଙ୍କ ନାଁ ରେ ୱାଟସଅପ୍ ଫେକେ ଆକାଉଣ୍ଟ କରି ଫଟୋ ପୋଷ୍ଟ କରି ଟଙ୍କା ମାଗିବା ଘଟଣା ସାମନାକୁ ଆସିଛି। ୱାଟସଅପ୍ ରେ ସମସ୍ତଙ୍କ ମୋବାଇଲ ରେ ମେସେଜ ଆସୁଛି। ବିଭିନ୍ନ ବାହାନା ଦେଖାଇ ଟଙ୍କା ମାଗୁଥିବା ନେଇ ଅଭିଯୋଗ ଦେଖିବାକୁ ମିଳିଛି। ଏହାପରେ ମହାନଗର ନିଗମର କମିଶନ ଘଟଣା ଜାଣିବାପରେ ତୁରନ୍ତ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ ଏଭଳି ମେସେଜ ଆସିବାମାତ୍ରେ ଉକ୍ତ ନମ୍ୱର କୁ ବ୍ଲକ୍ ମାରି ଦେବାକୁ ଉପଦେଶ ଦେଇଛନ୍ତି।
କଟକରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ