Hot Posts

6/recent/ticker-posts

ଲଇକେରା ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

ଲଇକେରା, ୧୯/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ ସମ୍ମିଳନୀ କକ୍ଷରେ ତାରିଖ ୧୮/୦୫/୨୦୨୬ ମସିହା ସୋମବାର ଦିନ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ସର୍ବମୋଟ ୩୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୨୫ଟି ବ୍ୟକ୍ତିଗତରେ ଗାଇ ଗୁହାଳର ଟଙ୍କା ନ ମିଳିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇବା ପାଇଁ ଓ ଜମିବାଡି ବିବାଦ ଏବଂ ୧୨ଟି ସାମୂହିକରେ ହାତିଆ ନାଳା କେନାଲ ମରାମତି,ରେଙ୍ଗାଲବେଡା ମୂଖ୍ୟ କେନାଲ ସହିତ ଶାଖା କେନାଲ ମରାମତି,ରେଙ୍ଗାଲବେଡା ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ଡିଜେଲ ମିଳିବା ପାଇଁ,ତିଲେଇମାଲ ପଞ୍ଚାୟତରେ ଭିଭିରାମଜି କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ, ପିଇବା ପାଣି,ରାସ୍ତା ଘାଟ ସମସ୍ୟା ମାନଙ୍କର ଅଭିଯୋଗର ସମାଧାନ କରିବାକୁ ଆଦେଶ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ଜଣେ ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୦,୦୦୦ (କୋଡିଏ ହଜାର)ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ।ଶିବିରରେ ଜିଲ୍ଲା ପରିଷଦ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ,ବ୍ଳକ ଅଧ୍ୟକ୍ଷ ସଞ୍ଜିବ ନାଏକ,ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ,ସ୍ଥାନୀୟ ତହସିଲଦାର ଦିଲ୍ଲୀପ ମାଝୀ,ବିଇଓ ହିମାଂଶୁ ବାଗ ସହ ଜିଲ୍ଳା ଓ ବ୍ଳକର ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ‌।





    *ନବଦୂତ ନ୍ୟୁଜ,ଲଇକେରା*
*ମାଁ ଦୁର୍ଗା ବେଙ୍ଗଳ୍ସ ଓ ଜ୍ୱେଲେରୀ*
     *ମେନ ରୋଡ୍ ଲଇକେରା* *ଝାରସୁଗୁଡା*୮୯୧୭୬୧୭୩୮୪*