କୃଷକ ମୋର୍ଚ୍ଚା ଉପସଭାପତି ଙ୍କୁ ଶୁଭେଚ୍ଛା
ସୋର, ୧୯/୦୫ (ନିରୋଜ କୁମାର ସେଠୀ) : ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଇଶ୍ଵର ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ କୃଷକ ମୋର୍ଚ୍ଚା ର ସଭାପତି ତାପସ କୁମାର ପାତ୍ର କୃଷକ ମୋର୍ଚ୍ଚା ର ବିଭିନ୍ନ ପଦାଧିକାରୀ ଚୟନ କରିଛନ୍ତି। କୃଷକ ମୋର୍ଚ୍ଚା ର ଉପସଭାପତି ଭାବେ ସୋର ବ୍ଲକ ର ସିଦ୍ଧାର୍ଥ ଶଙ୍କର ବେହେରା ଏବଂ ସୁଧାକର ଆଚାର୍ଯ୍ୟ ଙ୍କ ନାମ ଘୋଷଣା କରାଯାଇଛି। ଏହି ଅବସରରେ ସୋର ବ୍ଲକ ସାଜନପୁର ପଞ୍ଚାୟତ ବିଜେପି ତରଫରୁ ନବ ନିଯୁକ୍ତ କୃଷକ ମୋର୍ଚ୍ଚା ଉପସଭାପତି ସିଦ୍ଧାର୍ଥ ଶଙ୍କର ବେହେରା ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ପଞ୍ଚାୟତ ବିଜେପି ପ୍ରମୁଖ ଅନିଲ ମହାପାତ୍ର ଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିଲା। ସହ ପ୍ରମୁଖ ଅନିରୁଦ୍ଧ ମହାରଣା, ୱାର୍ଡ ସଭ୍ୟ ରାଜେଶ ନାୟକ, କାଂଶବାଂଶ ମଣ୍ଡଳ ସାଧାରଣ ସମ୍ପାଦକ ଅଜୟ ବାରିକ୍, ମଣ୍ଡଳ କାର୍ଯ୍ୟ କାରିଣୀ ସଦସ୍ୟ ଜ୍ୟୋତିପ୍ରକାଶ ଦିକ୍ଷୀତ, ମାୟାଧର ବାରିକ୍, ରାଜକିଶୋର ବାରିକ, ଗୈରାଙ୍ଗ ବେହେରା, ଶ୍ରୀକାନ୍ତ ମହାନ୍ତି, କରୁଣାକର ଯେନା, ମାଗୁଣି ଯେନା ପ୍ରମୁଖ ଶ୍ରୀଯୁକ୍ତ ବେହେରା ଙ୍କ କାର୍ଯ ଶୈଳୀ ଉପରେ ଆଲୋଚନା କରିଥିଲେ।