ଅସ୍ତି ପଞ୍ଚାୟତ ପକ୍ଷରୁ ସୁବର୍ଣ୍ଣରେଖା ତଟ ବର୍ତ୍ତୀ ବହୁ ପୁରାତନ ସାର୍ବଜନୀନ ଚନ୍ଦନ ମୈତ୍ରୀ ଉତ୍ସବ ଅନୁଷ୍ଠିତ ।
ବାଲିଆପାଳ, ୦୨/୦୫ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ସୁବର୍ଣ୍ଣ ରେଖା ୨ୟ ସେତୁ ନିକଟରେ ପଞ୍ଚାୟତ ପକ୍ଷରୁ ୩୦ ତମ ସାର୍ବଜନୀନ ଚନ୍ଦନ ଉତ୍ସବ ଓ ୪ର୍ଥ ପଲ୍ଲିଶ୍ରୀ ମୈତ୍ରୀ ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। ଅସ୍ତି ସରପଞ୍ଚ ପ୍ରତିନିଧି ହରେକୃଷ୍ଣ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ସଭାପତି ସତ୍ୟକାମ ମହାନ୍ତି ଅତିଥି , ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟିର ଆବାହକ ପ୍ରାକ୍ତନ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ଗିରି ବକ୍ତା ଭାବେ ଯୋଗ ଦେଇ ଚନ୍ଦନ ଓ ମୈତ୍ରୀ ଉତ୍ସବର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କମିଟିତ ସଦସ୍ୟ କିଶୋର ଚନ୍ଦ୍ର ପାତ୍ର ଅତିଥିଙ୍କୁ ମଞ୍ଚକୁ ଆବାହନ କରିଥିଲେ। ସାମ୍ବାଦିକ ରାଧାକୃଷ୍ଣ ଜେନା, ବଙ୍କିମ ଚନ୍ଦ୍ର ଜେନା,ସମିତି ସଦସ୍ୟା ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ପାତ୍ର, ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କମିଟି ସଦସ୍ୟ ରାଜୀବ ଲୋଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଗୀତ ସମ୍ରାଟ ମେଲୋଡିର ନୃତ୍ୟ ଗୀତର ତାଳେ ତାଳେ ଦର୍ଶକ ଖୁବ ଝୁମିଥିଲେ।