ମା’ ନାରାୟଣୀ ମନ୍ଦିରରୁ ପ୍ରତିମୂର୍ତ୍ତି ଓ ଅଳଙ୍କାର ଚୋରି, ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲେ ଦୁର୍ବୃତ୍ତ
କଟକ, ୨୯/୦୫ ( କାହୁଁ ଚରଣ ବାରିକ ) : ଶେଷରେ ଚୋର ଭଗବାନ ଙ୍କୁ ବି ଛାଡିଲେ ନାହିଁ। ମା'ଙ୍କ ପ୍ରତିମୂର୍ତ୍ତି ସହ ସମସ୍ତ ଅଳଙ୍କାର ଚୋରି କରିନେଲେ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ କେଣ୍ଟାଳୋ ପଞ୍ଚାୟତ ମଲ୍ଲିପୁର ଗ୍ରାମ ରଘୁନାଥଜୀଉ ମନ୍ଦିର ମୂଖ୍ୟ ଫାଟକ ତୋରଣ ସମ୍ମୁଖରେ ଥିବା ଗ୍ରାମ ଦେବତୀ ମା ନାରାୟଣୀ ମନ୍ଦିର ରୁ ମାଙ୍କ ପ୍ରତିମୂର୍ତ୍ତି ସହ ଅଳଙ୍କାର କୁ ଚୋରିକରି ଧରା ପଡିଲେ ଦୃର୍ବୁତ୍ତ। ସ୍ଥାନୀୟ ଗ୍ରାମବାସୀ ମାନେ ଦୃର୍ବୁତ୍ତ ଙ୍କୁ କାବୁ କରି ନିଶ୍ଚିନ୍ତକୋଇଲି ପୋଲିସ କୁ ଖବର ଦେଇଥିଲେ।ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଚୋରଙ୍କୁ ଧରିଥିଲେ।