ବିଶାଳ 'ନାରୀ ଅଧିକାରୀ" ଅଭିଯାନ ମଞ୍ଚ।
ଧାମନଗର, ୨୨/୦୫ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିକୃତ-ଅସୁରାଳି ପଞ୍ଚାୟତ ବଜାର ନିକଟ ଦେବୀ ମା ଖୁଲାଇଶୁଣି ମନ୍ଦିର ପ୍ରାଙ୍ଗଣରେ ଧାମନଗର ବିଜୁଜନତା ଦଳ ତରଫରୁ ଏକ ବିରାଟ ଶୋଭାଯାତ୍ରା ମଞ୍ଚ ଅନୁଷ୍ଠିତ ହୋଇଛି। ଉକ୍ତ ମଞ୍ଚ ରେ ଆଖପାଖ ଧାମନଗର ବ୍ଲକ ରେଥିବା ୩୧ ଟି ପଞ୍ଚାୟତରୁ ହଜାର ହଜାର ମହିଳା ଓ ପୁରୁଷ ଯୋଗଦାନ ଦେଇଥିବା ,ସହ ଉକ୍ତ ମଞ୍ଚ କାର୍ୟ୍ଯକ୍ରମ ରେ ମୁଖ୍ୟ ପ୍ରସଙ୍ଗ ନାରୀମାନଙ୍କୁ ୩୩'/, ଭାଗ ସଗ୍ରକ୍ଷ୍ନଣ, ନାରୀ ଅତ୍ୟାଚାର, ନାରୀ ନିର୍ଯ୍ୟାତନା, ନିୟନ୍ତ୍ରଣ, ଓ ସୁରକ୍ଷା ଦେବାରେ ଓଡିଶାବିଜେପି ସରକାର ର ବିଫଳତା ।ତଥା ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ରପ୍ରଦାନ, ଉକ୍ତ ବିରାଟ ଶୋଭାମଞ୍ଚ କାର୍ୟ୍ଯକ୍ରମ ରେ ଆଗକୁ କିଭଳି ନାରୀ ମହା ସଂଘ ର ସମସ୍ତ ନାରୀମାନେ ଅଧିକ ଦୃଢ଼ ଓ ଶକ୍ତିଶାଳୀ ହେବାସହ ନାରୀମାନେ ମନ୍ଦିର ପ୍ରାଙ୍ଗଣରେ ନାରୀସଂକଳ୍ପ ଓ ଆଗକୁ ନାରୀମାନେ କିଭଳି ଓଡିଶା ରେ ଏକ ବଡ଼ ପରିବର୍ତନ ଆଣିପାରିବେ ବୋଲି ନାରୀ ସଂଘ ର ମୁଖ୍ୟ ନାରୀନେତ୍ରୀ ସୂଚନା ଦେଇଛନ୍ତି।
ସମ୍ବାଦଦାତା-ମାନସ କୁମାର ସାହୁ