Hot Posts

6/recent/ticker-posts

ନବରଙ୍ଗପୁର ସାଂସଦଙ୍କ ଝରିଗାଁ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ |

ଝରିଗାଁ, ୨୨/୦୫ (ନକୁଲ ଭତରା) : ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଶୁକ୍ରବାର ଦିନ ଝରିଗାଁ ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି |ସାଂସଦ ମାଝୀ ପ୍ରଥମେ ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ ଭରଣ୍ଡୀ ଠାରେ ପହଂଚି ମଣ୍ଡଳ ଓ ଖାଣ୍ଡା ମଣ୍ଡଳର କାର୍ଯ୍ୟକର୍ତା ମାନଙ୍କୁ ନେଇ ଆୟୋଜିତ ବୈଠକରେ ଯୋଗଦେଇ ତୃଣମୂଳ ସ୍ତରରେ ଦଳ ଓ ସଂଗଠନକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ |ସେଠାରୁ ବାହାରି ସାଂସଦ ମାଝୀ ବଡ଼ ଟେମରା ପଂଚାୟତ ଅନ୍ତର୍ଗତ ସାନ ଟେମରା ଠାରେ ପହଂଚି ନୂତନ ବିଏସଏନଏଲ ଟାୱାର ପ୍ରତିଷ୍ଠାର ଭୂମି ପୂଜନ କରି ଏହି ଟାୱାର ସ୍ଥାପିତ ହେବା ପରେ ଅଞ୍ଚଳରୁ ନେଟୱାର୍କ ସମସ୍ୟା ଦୁର ହେବ ବୋଲି ନିଜ ବକ୍ତବ୍ୟ ରଖିଥିଲେ |ବର୍ଷ ବର୍ଷ ଧରି ନେଟୱାର୍କ ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀ ଓ ଅଞ୍ଚଳବାସି ଉପକୃତ ହେବେ ଓ ସରକାରୀ ସେବା ପାଇବାରେ କୌଣସି ସମସ୍ୟା ରହିବନାହିଁ ବୋଲି କହିଥିଲେ |ପରେ ସାନ ଟେମରା ଗ୍ରାମ ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ଯୋଗ୍ୟ ଭୂମିହିନ ମାନଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିବା ସହିତ ନିଜସ୍ୱ ଜମିର ଅଧିକାର ଦେଇ ଲୋକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ସୁଦୃଢ କରିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ ବା ଆଭିମୁଖ୍ୟ ବୋଲି କହିଥିଲେ |ସେଠାରୁ ବାହାରି ମାଝୀ ଚଚା ପଂଚାୟତ ଅନ୍ତର୍ଗତ ଥାଟବେଡା ଗ୍ରାମରେ ପହଂଚିଥିଲେ |ସେଠାରେ ପହଂଚି ନୂତନ ବିଦ୍ୟୁତ ସବ ଷ୍ଟେସନର ଶୁଭ ଉଦ୍ଘାଟନ କରି ଅଞ୍ଚଳରେ ଦୀର୍ଘ ଦିନଧରି ଲାଗି ରହିଥିବା ଲୋ ଭୋଲ୍ଟେଜ ସମସ୍ୟାର ସ୍ଥାୟୀ ସମାଧାନ ହେବା ସହିତ ଅଞ୍ଚଳର ଚାଷୀଭାଇ, ଛାତ୍ରଛାତ୍ରୀ ଓ ବ୍ୟବସାୟୀ ମାନେ ନିରବଛିନ୍ନ ବିଦ୍ୟୁତ ସେବା ପାଇପାରିବେ ବୋଲି କହିବା କହିବା ସହିତ ଅଞ୍ଚଳର ପ୍ରଗତି ଏବଂ ଜନସାଧାରଣଙ୍କ ସୁବିଧା ହିଁ ଆମର ପ୍ରାଥମିକତା ବୋଲି କହିଥିଲେ |ଶେଷରେ ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ ବନ ବିଭାଗର ବୈଠକ ଗୃହରେ ପହଂଚି ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ତୃଣମୂଳ ସ୍ତରରେ ସଂଗଠନ କୁ ଆହୁରି ମଜବୁତ କରିବା ସହ ପ୍ରତିଟି ପରିବାର ପାଖରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ପହଞ୍ଚାଇବା ପାଇଁ ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ |ସାଂସଦଙ୍କ ଏହି ଗସ୍ତ ସମୟରେ ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କ ମଧ୍ୟରେ ଇଇ ଅଶୋକ କୁମାର ରାଉତ, ଇଇ ସ୍ୱରୂପ କୁମାର ପାତ୍ର, ସୁଜିତ କୁମାର ପୃଷ୍ଟି, ନବରଙ୍ଗ ପୁର  ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ପ୍ରମିଳା ପୂଜାରୀ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚା ସଭାପତି ପବିତ୍ର ଗରଡ଼ା, ଝରିଗାଁ ବିଧାୟକ ପ୍ରତିନିଧି ଗଣପତି ସାହୁ, ଉମରକୋଟ ବିଧାୟକ ପ୍ରତିନିଧି ସୋନା ମାଝୀ, ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଓଡିଶା ରାଜ୍ୟ କାର୍ଯ୍ୟକIରେନି ସଦଷ୍ୟ ଗୋବିନ୍ଦ ଜୈନ, ପ୍ରଫୁଲ୍ଲ ପ୍ରଧାନୀ, ଚିତ୍ର ପ୍ରସାଦ ତିୱାରୀ, ଗଜେନ୍ଦ୍ର ପାଣ୍ଡେ,ଫିରୋଜ ଷଡ଼ଙ୍ଗୀ , ପ୍ରଫୁଲ୍ଲ ବେହେରା, କମଲୁ ମାଝୀ ପ୍ରମୁଖଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ,ସମସ୍ତ ମଣ୍ଡଳ ସଭାପତି ଓ ବିଜେପି କାର୍ଯ୍ୟକର୍ତ୍ତାମାନେ ଗସ୍ତରେ ସାମିଲ ରହିଥିଲେ I