Hot Posts

6/recent/ticker-posts

ଡାକ୍ତର ପରିଚୟ ଦେଇ ପ୍ରେମଜାଲରେ ଫସାଉଥିଲା ଫାର୍ମାସିଷ୍ଟ୍, ଛାତ୍ରୀଙ୍କୁ ବ୍ଲାକମେଲ୍ ଅଭିଯୋଗରେ ଗିରଫ

କଟକ, ୩୧/୦୫ ( କାହୁଁ ଚରଣ ବାରିକ ) : କଟକ ସ୍ଥିତ ଏକ କ୍ଲିନିକ୍‌ରେ ଫାର୍ମାସିଷ୍ଟ୍ ଭାବେ କାମ କରନ୍ତି। ମାତ୍ର ସୋସିଆଲ୍ ମିଡିଆ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେଏକାଧିକ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ପ୍ରତାରଣା ଦେଉଥିଲାବୃଭିରେ ଫାର୍ମାସିଷ୍ଟ୍ ; ସୋସିଆଲ୍ ମିଡିଆରେ ଡାକ୍ତର ଡାକ୍ତର। ପ୍ରେମ ନିଶା ଏଭଳି ଘାରିଥିଲା ଯେ, ଡାକ୍ତର ପରିଚୟ ଦେଇ ଏକାଧୂକ ଯୁବତୀଙ୍କ ସହ ସମ୍ପର୍କ ରଖୁବାରେ ମାହିର୍ ଥିଲା। ବିବାହ ପ୍ରତିଶ୍ରୁତି ଦେଇ କଲେଜ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁବା ପରେ ବ୍ଲାକ୍‌ମେଲ୍ କରିଥିଲା। ଶେଷରେ ଛାତ୍ରୀ ଜଣକ ୫୨ଟି ଜୀବନରକ୍ଷକ ରକ୍ତଚାପ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଜଗତପୁର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଗୋପକୁଦ ଗ୍ରାମର ଭେଙ୍କଟେଶ୍ୱର ସେଠୀ ଓରଫ ଚିନୁ(୨୨) ବୋଲି ଜଣାପଡ଼ିଛି।