ସଂଘ କାର୍ଯ୍ୟଳୟ ପାଇଁ ଜମି ଯୋଗାଇଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଦାବୀ ଜଣାଇଲେ ଅବସରପ୍ରାପ୍ତ ସୈନିକ ସଙ୍ଘ।
ସୁବର୍ଣ୍ଣପୁର, ୧୩/୦୫ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରୟାସ୧୩୦ ଜଣ ଅବସରପ୍ରାପ୍ତ ସୈନିକ ଙ୍କୁ ନେଇ ଏକ ସଂଘ ଗଢ଼ି ଉଠିଛି। ବର୍ତ୍ତମାନ ସାନଝିଙ୍କୀ ଠା ରେ ଅସ୍ଥାୟୀ ସଂଘ କାର୍ଯ୍ୟଳୟ ଥିବାବେଳେ ଭବିଷ୍ୟତ ରେ ଏକ ସରକାରୀ ଜମି ଯୋଗାଇ ଦେବା ଆଶାରେ ସଂଘ ସଭାପତି ସୁଭେଦାର ସଡଙ୍ଗି ଙ୍କ ସଭାପତିତ୍ବ ରେ ଉପ ସଭପତି ରମାକାନ୍ତ ମହାକୁର , ସମ୍ପାଦକ ବିକ୍ରମାଦିତ୍ୟ ମହାକୁର ଙ୍କ ସହ ଅନେକ ଅବସର ପ୍ରାପ୍ତ ସୈନିକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଙ୍କୁ ଭେଟି ସଂଘ କାର୍ଯ୍ୟଳୟ ପାଇଁ ଏକ ସରକାରୀ ଜମି ଯୋଗାଇଦେବାକୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଅବସର ପ୍ରାପ୍ତ ସୈନିକ ସଦା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ଦେଶ ସେବା କରିବୁ କହିଛନ୍ତି ଉପସ୍ଥିତ ଅବସରପ୍ରାପ୍ତ ସୈନିକ। ଅନେକ କଲେଜ୍ ଛତ୍ର ତଥା ୟୁବକ ମଧ୍ୟ ସୈନିକ ହୋଇ ଦେଶ ମାତୃକା ର ସେବା କରିବାକୁ ପ୍ରେରଣା ଦେବା ସହ ଅଗ୍ନିବୀର ହେବା ପାଇଁ ମଧ୍ୟ ଉତ୍ସାହ ଯୋଗାଇବ ଏହି ଅବସର ପ୍ରାପ୍ତ ସୈନିକ ସଂଘ ବୋଲି ଗଣ ମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ସଂଘ ସମ୍ପାଦକ।