ଭବାନୀପାଟଣା, ୧୩/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ଜିଏନଏମ କଲେଜ୍ ଅଫ୍ ନର୍ସିଂ, ଭବାନିପାଟଣା ପକ୍ଷରୁ ଉଦଯାପିତ ଉତ୍ସବ ଅନୁଷ୍ଟିତ ହୋଇଥିଲା ଏହି ଉଦଯାପିତ ଉତ୍ସବରେ ମୁଖ୍ୟ ସମ୍ମାନିତ ଅତିଥି, ଟି କେ ଦରୱାନ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି, ସମ୍ମାନିତ ଅତିଥି ଡ ନିବେଦିତା ନାଥ, ଆସୋସିଏଟ୍ସ ପ୍ରଫେସର, ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ, ମୁଖ୍ୟ ବକ୍ତା ଡ ଅଜୟ ମିଶ୍ର, ଅବସର ପ୍ରାପ୍ତ ପ୍ରିନ୍ସିପାଲ, ବକ୍ତା ଓ ସମ୍ମାନିତ ଅତିଥି ନିହାର ରଞ୍ଜନ ମିଶ୍ର, ଉପ ସଭାପତି ପରାମର୍ଶଦାତା ଓ ଆଇନଯିବୀ, ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ଜିଏନଏମ କଲେଜ୍ ଅଫ୍ ନର୍ସିଂ ଭବାନିପାଟଣା, ଚେୟାରମେନ ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ସୁକାନ୍ତ କୁମାର ଶତପଥୀ, ପରିଚାଳନା ଉପଦେଷ୍ଟା, ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ଜ୍ୟୋସ୍ନା ମଞ୍ଜରୀ ମିଶ୍ର, ପ୍ରିନ୍ସିପାଲ ଅଧ୍ୟକ୍ଷା କଳାହାଣ୍ଡି ଜି ଏନ୍ ଏମ୍ କଲେଜ ନର୍ସିଂ, ଅମ୍ରିତା ସିଂ, ଚେୟାରମେନ ଶିବ କିଶୋର ଆଚାର୍ଯ୍ୟ, ଜୟପୁର କଲେଜ ନର୍ସିଂ ଉପସ୍ଥିତ ଥିଲେ ଏବଂ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ କଲେଜ ର କର୍ମକର୍ତ୍ତା ବିକ୍ରମ, ଉତ୍କଳ, ସୁଦୀପ, ପ୍ରୀତି, ଗୁପ୍ଟେସ୍ୱରି, ବୁଇସିଳ ହିଆଲ, ରୁଥ ଭାରତୀ, ଶର୍ମିଷ୍ଠା, ବିକାଶ, କିରଣ, ଅଞ୍ଜଳି, ମଧୁସ୍ମିତା, ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଏବଂ ଶିଖକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ମନିତ କରାଯାଇଥିଲା ବେଷ୍ଟ ସିଖକ ଉତ୍କଳ ହରପାଲ, ବେଷ୍ଟ ଷ୍ଟୁଡେଣ୍ଟ ପାୟଲ ମହାପାତ୍ର, ବେଷ୍ଟ ଭଲୁଣ୍ଟର ସ୍ମୃତିଶ୍ରୀ ବାଲ୍ , ବେଷ୍ଟ ସ୍କୋଲାର ପ୍ରିୟଙ୍କା ମୁଣ୍ଡ, ବେଷ୍ଟ ବ୍ୟାଚ ବି ଏସ ସି ନର୍ସିଂ ତୃତୀୟ ବର୍ଷ, ବେଷ୍ଟ ସପୋର୍ଟିଭ ଷ୍ଟୁଡେଣ୍ଟ ଅଭିନାଶ ମେହେର, ବେଷ୍ଟ ଇଭେଣ୍ଟ ଜି ଏନ୍ ଏମ୍ ତୃତୀୟ ବର୍ଷ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାରୀ ଶକ୍ତି କେମିତି ଆଗକୁ ବଢ଼ିବେ ସେ ଦିଗରେ ଧ୍ୟାନ ଓ ଆହ୍ୱାନ ଦିଆଯାଇଥିଲା ସେବା ସହିତ କରୁଣା ରହିଲେ ରୋଗୀ ପାଇଁ ମହୋଷଧି ପାଲଟିଥାଏ | ଚିକିତ୍ସା ସହିତ ରୋଗୀଙ୍କ ପାଇଁ ସମ୍ମାନ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଭବାନୀପାଟଣା ସହରର ଇରିଗେସନ କଲୋନୀରେ କଳାହାଣ୍ଡି ପରିଚାଳନା ନସିଂ ପକ୍ଷରୁ ଅନ୍ତର୍ଜାତୀୟ ନସିଂ ସପ୍ତାହ ପାଳନ ସହିତ ଉଦଯାପିତ ଉତ୍ସବ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି GNM କଲେଜ ଅଫ୍ ନର୍ସିଂର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଅଂଶଗ୍ରହଣ କରି ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା, ପରିଚ୍ଛନ୍ନତା ଓ ସୁସ୍ଥ ଜୀବନ ଶୈଳୀ ସମ୍ପର୍କରେ ସଚେତନ କରିଥିଲେ। ପରିଚାଳନା ଉପଦେଷ୍ଟା, ଜ୍ୟୋସ୍ନା ମଞ୍ଜରୀ ମିଶ୍ର, ଓ ଚେୟାରମେନ ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ସୁକାନ୍ତ କୁମାର ଶତପଥୀ ପକ୍ଷରୁ ନିସ୍ୱାର୍ଥପର ସେବା ଓ ସାହାର୍ଯ୍ୟ ଲାଗି ବିଷ୍ଣୁ ଚରଣ ସ୍ୱାଇଁ, ମିଡିଆ, ସମାଜ ସେବକ ରେ ସମ୍ମନିତ କରାଯାଇଥିଲା ନର୍ସିଂ ଛାତ୍ରଛାତ୍ରୀମାନେ ହେଲେ ଏ ଦେଶର ଭବିଷ୍ୟତ ତାଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ହାତରେ ସଚେତନତା ମୂଳକ ପ୍ଲାକାର୍ଡ ଧରି “ସ୍ୱାସ୍ଥ୍ୟ ହିଁ ସମ୍ପଦ”, “ସ୍ୱଚ୍ଛତା ରଖନ୍ତୁ, ରୋଗ ଦୂର କରନ୍ତୁ” ପରି ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସକାରାତ୍ମକ ସନ୍ଦେଶ ପହଞ୍ଚିଥିବା କଲେଜ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ


