Hot Posts

6/recent/ticker-posts

ଶ୍ରୀ ଶ୍ରୀ ମହାବୀର ହନୁମାନ ଙ୍କର ପଞ୍ଚମ ବାର୍ଷିକ ଉତ୍ସବ।

ବାସୁଦେବପୁର, ୦୬/୦୫ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକଅନ୍ତର୍ଗତଶ୍ରୀ ଶ୍ରୀ ସ୍ଥାନିୟ ବାଲିମେଦ ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଠାରେ ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିର ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ପାଞ୍ଚ ତାରିଖ ରୁ ଆରମ୍ଭ ହୋଇ ପାଞ୍ଚ ତାରିଖ ସନ୍ଧ୍ୟା 9 ଘଟିକାରେ ପୂର୍ଣ୍ଣାହୁତି ସହିତ ସମାପନ ହୋଇଥିଲା। କଳସ ଶୋଭାଯାତ୍ରା ରେ ବହୁ ସଂଖ୍ୟା ରେ ମା ଓ ଯୁବକ ଓ ଗ୍ରାମ ବାସୀ ମାନେ ସାମିଲ ହୋଇ ଥିଲେ। ଏହି ଉତ୍ସବ ଏକ ଦିନ ଧରି ବିଭିନ୍ନ କାର୍ଯ୍ୟ କ୍ରମ ସହ ଭଜନ ସଂଧ୍ୟା, ସହିତ ପ୍ରସାଦ ସେବନ ର ବ୍ୟବସ୍ତା ମଧ୍ୟ୍ୟ କରାଯାଇଛି। ଭକ୍ତ ମାନେ ବହୁ ଦୁର ଦୁରାନ୍ତ ରୁ ଆଶା ଭରସା ନେଇ ଧାଇଁ ଆସିଥିଲେ , ମହାବୀର ହନୁମାନଙ୍କ ଶରଣକୁ , ଆଶା,ଭରସା, ମନସ୍କାମନା ଓ ଦୁଃଖ ଗୁହାରୀ ସହିତ ପ୍ରସାଦ ସେବନ କରି ଭକ୍ତ ମାନେ ଖୁସି ଉଲ୍ଲାସରେ ଘରକୁ ଫେରିଥିଲେ | 

ବାସୁଦେବପୁର - ଅକ୍ଷୟ କୁମାର ବେହେରା