Hot Posts

6/recent/ticker-posts

ଦୁଧହଂସା ବୈଶାଖୀ ମହୋତ୍ସବ ଉଦଘାଟିତ l

ବାଲେଶ୍ୱର, ୦୬/୦୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଜୟପୁର ଓ ଦୁଧହଂସା ବୈଶାଖୀ ମହୋତ୍ସବ କମିଟି ପକ୍ଷରୁ ଷଷ୍ଠ ବୈଶାଖୀ ମହୋତ୍ସବ ଉଦଘାଟିତ ହୋଇ ଯାଇଛି.ଆୟୋଜକ ସୁଲଗ୍ନା ଗ୍ରୁପ ଅଫ ଇନିସ୍ତିଚିଉଡ଼ ଓ ଆମ ଗାଆଁ ଚେରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଡ଼: ଘନଶ୍ୟାମ ବିଶ୍ଵାଳଙ୍କ ସଭାପତିତ୍ୱ ରେ ଉଦଘାଟକ ତଥା ମୁଖ୍ୟ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାନସ କୁମାର ଦେଓ, ଯୁବ ସମାଜସେବୀ ବିକାଶ ବାରିକ, ସମାଜ ସେବୀ ସୁମନ୍ତ କୁମାର ଜେନା, ସମୟ ଚକ୍ରର ସମ୍ପାଦକ ସର୍ବେଶ୍ୱର ଜେନା,ସର ପଞ୍ଚ ବନିତା ବିଶ୍ୱାଳ, ଶିକ୍ଷାବିତ ଡ଼କ୍ଟର ଧରଣୀଧର ଘୋଷ, ଅବସର ପ୍ରାପ୍ତ ଶିକ୍ଷକ ଲମ୍ବୋଧର ମହାପାତ୍ର , ଗୌରାଙ୍ଗ ସାହୁ, ମନୋ ରଞ୍ଜନ ବିଶ୍ୱାଳ, ସଭାପତି ପୁରୁଷୋତ୍ତମ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ମହୋତ୍ସବ ମହାସମନ୍ବୟର ପ୍ରତୀକ। ଗାଁ, ମାଟି ଓ ମୁଲକର ସାମାଜିକ, ଆଧ୍ୟାତ୍ମିକ ଓ ସଂସ୍କୃତିକ ବିକାଶ ପାଇଁ ସମସ୍ତେ ମା ମାଟି କୁ ନ ଭୁଲି ସମସ୍ତେ ସମସ୍ତଙ୍କୁ ଭଲ ପାଇ ବାକୁ ନିବେଦନ କରି ଥିଲେ। ଏହି ଅବସରରେ ଆମ ଗାଁ ଚେରି ଟେବୁଲ ଟ୍ରଷ୍ଟ ଦ୍ୱାରା ସମାଜସେବୀ ବିକାଶ ବାରିକ,ପଶୁ ଚିକିତ୍ସାକ ଡାକ୍ତର ଲଲାଟେନ୍ଦୁ କେଶରୀ ଦାସ, ଭଗବାନ ସାହୁ, ସାମ୍ବାଦିକ ଭାରତ ଦାସଙ୍କୁ ଅନୁ ଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ତତ ସହିତ ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତରେ ଥିବା ୭୦ ଟି ଏସ ଏଚ ଜି ଗ୍ରୁପ ମାନଙ୍କୁ ନେଇ ଲେମନ ରେସ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା। ଏଥିରେ ପ୍ରଥମ ମାବ୍ରାହ୍ମଣୀ ଏସଏଚ ଜି ଗ୍ରୁପ, ଦ୍ଵିତୀୟ ବଡାମ ଠାକୁ ରାଣୀ ଏସ ଏଚ ଜି ଗ୍ରୁପ,ତୃତୀୟ ରେମା ଅମ୍ବିକା ଏସ ଏଚ ଜି ଗ୍ରୁପ ଏବଂ ଚତୁର୍ଥ ରେ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା.।ପରେ ମହୋତ୍ସବରେ ଓଡିଶାର ପ୍ରଥିତଯଶା ପ୍ରବଚକ ପଣ୍ଡିତ ଜିତୁ ଦାଶ ଙ୍କ ଦ୍ୱାରା ଆଧ୍ୟା ତ୍ମିକ ପ୍ରବଚନ, ସଂଗୀତ ସନ୍ଧ୍ୟା,କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲl l


ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l