ବାଲେଶ୍ୱର , ୦୬/୦୫ ( ପ୍ରଭାକର ମଲ୍ଲିକ ) : ଚାଳିତ ମାଟ୍ରିକ ବୋର୍ଡ ପରୀକ୍ଷାରେ ବସ୍ତା ବ୍ଲକରେ ଦ୍ଵିତୀୟ ସର୍ବାଧିକ ନମ୍ବର ରଖି A1 ରେ ଆର କେ ହାଇସ୍କୁଲ ବାହାର୍ଦାର ଛାତ୍ରୀ ଗାୟତ୍ରୀ ଜେନା ପାଇଥିବାରୁ କୁଡ଼ିଆ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କୁଡ଼ିଆ ପଞ୍ଚାୟତର ଯୁବ ସମାଜସେବୀ ତଥା ଜଣେ ବ୍ୟବସାୟୀ ସୁମନ୍ତ କୁମାର ଜେନା ଓ ମାତା ସୁଲୋ ଚନା ଜେନାଙ୍କ ଦ୍ଵିତୀୟା କନ୍ୟା ଭାବରେ ବସ୍ତା ବ୍ଲକ ରେ ଦ୍ଵିତୀୟ ସ୍ଥାନ ଅର୍ଥାତ ସମୁଦାୟ ୬୦୦ ନମ୍ବରରୁ ୫୫୬ ନମ୍ବର ରଖି ଏ ଅଞ୍ଚଳର ନାମକୁ ସାରା ଓଡିଶାରେ ପରିଚିତ କରି ଥିବାରୁ ପଞ୍ଚାୟତର ଯୁବନେତା ରାଜେଶ କୁମାର ଗିରିଙ୍କ ନେତୃତ୍ୱ ରେ ସରପଞ୍ଚ ଗୌରାଙ୍ଗ ଚନ୍ଦ୍ର ବେହେରା,ପୂର୍ଣଚନ୍ଦ୍ର ଜେନା, ତପନ ପାତ୍ର, ଅମର ଜେନା, ହିତେଶ ଜେନା ପ୍ରମୁଖ ଛାତ୍ରୀଙ୍କ ଘରକୁ ଯାଇ ଉପଢୌକନ ଦେବା ସହ ମିଠା ଖୁଆଇ ସମ୍ବଦ୍ଧିତ କରିଥିଲେ |ବେଳେ ବସ୍ତା ପ୍ରେସ କ୍ଲବ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
