Hot Posts

6/recent/ticker-posts

ସରକାରୀ ସହାୟତାକୁ ଅପେକ୍ଷାରେ ନିରାଶ୍ରୟ ସେବାୟତ

ନୂଆପଡ଼ା, ୧୫/୦୫ ( ପରମେଶ୍ୱର ମେହେର ) : ଗଣ୍ତାବାହାଲି ଗ୍ରାମର ଗଜେନ୍ଦ୍ର ହରିଜନ ଅନେକ ବର୍ଷରୁ ଗାଁର ଗ୍ରାମଦେବୀ ଠାକୁରାଣୀଙ୍କ ସେବାୟତ ଭାବରେ କାର୍ଯ୍ୟ କରିଆସୁଥିଲେ । ବର୍ତ୍ତମାନ ମେଡିକାଲ ସମସ୍ୟା ଯୋଗୁଁ ତାଙ୍କର ଗୋଟିଏ ଗୋଡ କାଟି ଦିଆଯାଇଛି। ଅନେକ ଅଭାବ ଅସୁବିଧା ସହ ନିରାଶ୍ରୟ ଭାବରେ ସେ ଜୀବନ ବିତାଉଛନ୍ତି। ତାଙ୍କର ପାଖରେ ଆବାସ ଗୃହ ନାହିଁ । ବିକଳାଙ୍ଗ ଭତ୍ତା ଏବଂ ଅନ୍ତୋଦୟ ଯୋଜନା ତଥା ବିଭିନ୍ନ ସରକାରୀ ସୁବିଧାରେ ସାମିଲ କରିବାକୁ ପ୍ରଶାସନ ପାଖରେ ନିବେଦନ କରୁଛନ୍ତି । ସହୃଦୟ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ପାଖକୁ ଯାଇ ଆର୍ଥିକ ସହାୟତା କରିପାରିବେ ।