Hot Posts

6/recent/ticker-posts

ବ୍ରହ୍ମାବରଦା ଥାନାରେ ଜୁବନଟିକା ଶିବିର ଅନୁଷ୍ଠିତ।

ଯାଜପୁର, ୦୮/୦୫ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମ ପଞ୍ଚାୟତ ଅଧୀନ ବ୍ରହ୍ମ ବରଦା ଥାନା ପରିସର ମଧ୍ୟରେ ୧୬ ବର୍ଷ ରୁ ଉର୍ଦ୍ଧ କିଶୋରୀ ବାଳିକା ଏବଂ ମହିଳା ମାନଙ୍କୁ ନେଇ ଜୁବନଟିକା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଯାଜପୁର ଜିଲ୍ଲାର ଡିଏପି ରେଣୁବାଳା ତ୍ରିପାଠୀ ଯୋଗ ଦେଇଥିଲେ। ତାଂକ ବକ୍ତବ୍ୟ ରେ କହିଲେ ପୋଲିସ ଯୁବତୀ ଓ ମହିଳା ମାନଂକର ଫେଣ୍ଡଲି ଭାବରେ କାର୍ଯ୍ୟରତ ତେଣୁ ଆପଣ ମାନଙ୍କୁ ସବୁ ସମୟରେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଜାଗ୍ରତ ତେଣୁ ଆପଣ ମାନେ ଯେଉଁ ଅସୁବିଧ ରେ ସମ୍ମୁଖୀନ ହେଉଛନ୍ତି ଆମକୁ ଲଯ୍ୟା ନ ରଖି ତୁରନ୍ତ ଥାନାରେ ଜଣାନ୍ତୁ ଆମେ ତାର କାର୍ଯ୍ୟାନୁଷ୍ଠାନ ନେବୁ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।ଥାନାର ଭାର ପ୍ରାପ୍ତ ଥାନା ଅଧିକାରୀଣୀ ଜୟନ୍ତୀ ମଲ୍ଲିକ ଡିଜି ଙ୍କ ବାର୍ତ୍ତା ସର୍ବସମ୍ମୁଖରେ ପଠାଇ ଶୁଣାଇ ଥିଲେ। ସାମାଜିକ କର୍ମୀ ମଣ୍ଟୁ ଦାସ କିଶୋରୀ ମାନଙ୍କୁ ସାଇବର ଠକାଇ ଠାରୁ ଲଭ୍ ସେକ୍ସ୍ ଧୋକା ଖାଉଥିବା କିଶୋରୀ ଓ ମହିଳା ମାନଙ୍କୁ କିପରୀ ମୁକ୍ତୀ ପାଇବେ, ଶିଶୁ ମୈତ୍ରୀ, ବିକଳ୍ପ ବାତାବରଣ ପାଇଁ ପାରିବେ ତାହା ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଂକ ମଧ୍ୟରେ ଶିଶୁ ମୈତ୍ରୀ ହେଲ୍ପ ଡେକ୍ସ ର ଗୁମି ବିରୂଆ,ଏସ ଆଈ ସୁନିଲ ସାମଲ, ଲକ୍ଷ୍ମୀ ଧର ରାଜ, କୈଳାସ ଚନ୍ଦ୍ର ଭଦ୍ର ନିର୍ମଳ ସାହୁ, ଲମ୍ବୋଧଳ ପୃଷ୍ଠୀ, ଶିଶୁଟି ନିଜ କଥା ନିଜେ କହିବ ତାହା ଉପରେ ବକ୍ତବ୍ୟ ରଖି ଥିଲେ। ନନ୍ଦ କିଶୋର ସାହୁ,ତୁଷାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।