Hot Posts

6/recent/ticker-posts

ଶ୍ରୀ ଗୋପାଳ ଘୋଷଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବ ଆୟୋଜିତ

କଟକ, ୦୨/୦୫ ( କାହ୍ନୁ ଚରଣ ବାରିକ ) : କଟକସ୍ଥିତ ବାଣୀପୀଠ ଶ୍ରୀ ରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଶ୍ରୀ ଗୋପାଳ ଘୋଷଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଛି। ଏହି ଅବସରରେ ସାହିତ୍ୟ, ସଂସ୍କୃତି ଓ ଚଳଚ୍ଚିତ୍ର ଜଗତର ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଉପସ୍ଥିତ ରହି ଶ୍ରୀ ଘୋଷଙ୍କ ଅବଦାନକୁ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମଟି ସାହିତ୍ୟ ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଛି.