ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ଆଭାସୀ ସାରସ୍ୱତ ର ୩୨ ଭାଗ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ :୨୫/୦୫ ( ବାଳକୃଷ୍ଣ କହଁର ) : ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ ରେଜିଷ୍ଟର ,କନ୍ଧମାଳ ର କବି, କବୟିତ୍ରୀ ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମ ଭାଗ ୩୨ ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଆଲୋଚକ ଭାବେ ଡ.ସିତୁପ୍ରକାଶ ରଥ,ନୟାଗଡ ର ଶ୍ରୀ ଜଗନ୍ନାଥ ବାଣୀ ସେବକ,ସଂସ୍କୃତି ଗବେଷକ ଯୋଗ ଦେଇଥିଲେ ଏବଂ ସ୍ୱଭାବ କବି - ରଙ୍ଗାଜୀବ ଗଙ୍ଗାଧର ମେହେର ଙ୍କ ସାହିତ୍ୟ ରେ କୃତଜ୍ଞତାର ସ୍ୱର ବିଷୟରେ ମାର୍ମିକ ଆଲୋଚନା କରିଥିଲେ l ଡ.ବିରଞ୍ଚି ନାରାୟଣ ସାହୁ ସଭାପତି ଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲେ l ସଂପାଦିକା ପ୍ରଭାତୀ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ର ଦ୍ୱିତୀୟ ସୋପାନରେ କବିତା ସଂଯୋଜନା ଶ୍ରୀମତୀ ପ୍ରଜ୍ଞା ପରମିତା ସାହୁ ସହ ସମ୍ପାଦିକା ତୁଲାଇଥିଲେ l ଆଜିର ସାହିତ୍ୟ ଆସର ରେ ରାଜ୍ୟର କୋଣ ଅନୁ କୋଣରୁ ୨୨ ଜଣ କବି କବୟିତ୍ରୀ ଯୋଗ ଦେଇ ଥିଲେ l ଆସର ଶେଷରେ ଡ.ମଧୁମିତା ଷଢଙ୍ଗୀ ମାର୍ଗଦର୍ଶିକା ସହ ଧନ୍ୟବାଦ ଅର୍ପଣ କରିଥିଲେ l
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ