Hot Posts

6/recent/ticker-posts

କ୍ୟାନ୍ସର ପୀଡ଼ିତା ଙ୍କୁ ରାସନ ସାମଗ୍ରୀ ପ୍ରଦାନ

ଯାଜପୁର, ୦୨/୦୫ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦିବ୍ୟାଂଶୁ ସାହୁଙ୍କ ପଞ୍ଚମ ଶୁଭ ଜନ୍ମଦିନ ଉପଲକ୍ଷେ ବାରବାଟୀ ପଞ୍ଚାୟତ ଅନ୍ତର୍ଗତ ଫୁଲାଡୀ ଗ୍ରାମର କ୍ୟାନ୍ସର ପୀଡ଼ିତା ଗୀତାଞ୍ଜଳି ମଲ୍ଲିକ ଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ଭଗବାନ ଦାଶ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାମଲ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ଦୀପକ କୁମାର ସାହୁ, ଗୁଲୁଲତା ସାହୁ, ବିଶ୍ୱଜିତ୍ ଦାସ, ସତ୍ୟନାରାୟଣ ଜେନା, ପ୍ରଶାନ୍ତ ସ୍ୱାଇଁ, ବସନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ, ଗୀତାଞ୍ଜଳି ଙ୍କର ବାରମ୍ବାର ରକ୍ତ ଅଭାବ ପଡୁଥିବାରୁ ଆଗାମୀ ଦିନରେ ଟ୍ରଷ୍ଟ ତରଫରୁ ରକ୍ତ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି