Hot Posts

6/recent/ticker-posts

କ୍ରିକେଟ୍ ଅମ୍ପାୟାରିଂ କ୍ଷେତ୍ରରେ ବରୀର ପୁଅ ସ୍ୱରାଜଙ୍କ ସଫଳତା

ବରୀ, ୦୨/୦୫ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଯୁବ କ୍ରିକେଟ୍ ଅଲରାଉଣ୍ଡର ସ୍ୱରାଜ ଚୌଧୁରୀ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ପରିଚାଳିତ ଅମ୍ପାୟାର ପ୍ୟାନେଲରେ ସ୍ଥାନ ପାଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସ୍ୱରାଜ ଉପରକାଇପଡା ଗ୍ରାମର ଅଶୋକ କୁମାର ସାହୁ ଙ୍କ ସୁପୁତ୍ର ଅଟନ୍ତି। ୨୦୨୫ ଅଗଷ୍ଟ ମାସରେ ଅନୁଷ୍ଠିତ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସମଗ୍ର ଓଡ଼ିଶାରୁ ମୋଟ ୧୩୬ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ନିଜର ଦକ୍ଷତା ଓ ନିଷ୍ଠା ବଳରେ ସେ 'ଏ' ଗ୍ରେଡ୍ ହାସଲ କରିବା ସହ ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ଦଶମ ସ୍ଥାନ ଅଧିକାର କରି ଓଡ଼ିଶା ରାଜ୍ୟ ପ୍ୟାନେଲ୍ ଅମ୍ପାୟାର ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି। ବର୍ତ୍ତମାନ ସେ କେନ୍ଦ୍ରାପଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଓ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ଖେଳାଳିରୁ ଜଣେ କୁଶଳୀ ଅମ୍ପାୟାର ହେବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ସ୍ଥାନୀୟ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। ତାଙ୍କର ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତାଙ୍କର ଏହି ସଫଳତା ଆଗାମୀ ଦିନରେ ରାଜ୍ୟ ତଥା ଜାତୀୟ ସ୍ତରର କ୍ରିକେଟ୍ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।