ଫୁଲବାଣୀ, ୦୬/୦୫ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗୁଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଅର୍ଗାଡି ଗ୍ରାମରେ ଥିବା ଦୟାନନ୍ଦ ଆର୍ଯ୍ୟ ସମାଜ ର ୧୯ ତମ ବାର୍ଷିକ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ରୁ ଆସିଥିବା ପ୍ରବଚକ ଭାବେ ପଣ୍ଡିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀ ଜି,ଅତିଥି ଆଚାର୍ଯ୍ୟ ଜ୍ୟାତି ପ୍ରକାଶ ଜି,ତପବନ ଶାନ୍ତି ଆଶ୍ରମ ର ଆଚାର୍ଯ୍ୟ ରଶ୍ମି ଦେବ ଜି,ଗିନ୍ଦାପାଙ୍ଗା ର ସୁଶ୍ରୀ ମାନସୀ ଗଙ୍ଗା, କନ୍ଧମାଳ ଜିଲ୍ଲା ଆର୍ଯ୍ୟ ସମାଜ ସଭାପତି ଆଜୀବନ ମଲ୍ଲିକ, ଗୁଟିଙ୍ଗିଆ ଆଶ୍ରମ ର ବିଶ୍ଵନାଥ ବାନପ୍ରସ୍ତି, ପ୍ରେମାନନ୍ଦ ବାନପ୍ରସ୍ତି ଗୋବିନ୍ଦ ବାନପ୍ରସ୍ତି, ସନମାନିତ ଅତିଥି ସାମ୍ବାଦିକ ବାଳକୃଷ୍ଣ କହଁର ପ୍ରମୁଖ ଯୋଗଦେଇଥିଲେ। ଏଥିରେ କୋଣଅନୁକୋଣ ରୁ ଭକ୍ତ ମାନେ ବହୁସଂଖ୍ୟାରେ ଯୋଗଦେଇ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ,ଅର୍ଣ୍ଣ ଯଜ୍ଞ ରେ ସାମିଲ ହୋଇ ଭକ୍ତି ସମୂହ ଭଜନ ଗାନ କରିବା ସହ ଦୂରରୁ ଆସିଥିବା ବୁଦ୍ଧିଜୀବୀ ମାନଙ୍କ ଠାରୁ ପ୍ରବଚନ ମାଧ୍ୟ୍ୟମରେ ଜ୍ଞାନବାଣୀ ଆହରଣ କରିଥିଲେ। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିବା ବେଳେ ସଭାପତି ଭାବେ ଶ୍ରୀ କାମଦେବ ପ୍ରଧାନ, ଉପସଭାପତି ପ୍ରଶାନ୍ତ ପ୍ରଧାନ, ସମ୍ପାଦକ ବନୁ ପ୍ରଧାନ, ସହ ସମ୍ପାଦକ ରାଜକିଶୋର ପ୍ରଧାନ ପରିଚାଳନା କରିଥିବା ବେଳେ ଗ୍ରାମର ମା, ଭଉଣୀ ମାନେ ସହଯୋଗ କରିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ